ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ : ୫୦ ଦିନ ଧରି ନକଲି ଅଧ୍ୟକ୍ଷାଙ୍କ ବହିସ୍କାର ନେଇ ରାଜରାସ୍ତାରେ ଧାରଣା ଜାରି, ଉଚ୍ଚ ଶିକ୍ଷା ସଚିବ ଓ ନିର୍ଦ୍ଦେଶକ ନୀରବ !

ଭୁବନେଶ୍ୱର : ଏକ ପ୍ରଜାମଙ୍ଗଳ ସରକାରର ଉତ୍ତର ଦାୟିତ୍ୱ ପ୍ରଜାଙ୍କୁ ନ୍ୟାୟ ଦେବା ସହ ଦୋଷୀ ପ୍ରତି ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ହେଲେ ଏଠାରେ ସରକାରଙ୍କ 5T ଓ ଜିରୋ ଟଲେରାନ୍ସ ବିଫଳ ହୋଇଥିବା ନେଇ ଆନ୍ଦୋଳନରତ କର୍ମଚାରୀ ଅଭିଯୋଗ କରିଛନ୍ତି । ଜଣେ ବିବାଦୀୟ ଓ ଉପଯୁକ୍ତ ମାର୍କ ନଥାଇ ଡିଗ୍ରୀ କଲେଜର ଅଧ୍ୟକ୍ଷାଙ୍କୁ ବହିସ୍କାର ପାଇଁ ବିଧାନସଭା ଆଗରେ ୫୦ ଦିନ ଧରି ଜପକୁଦ ମହିଳା ଡିଗ୍ରୀ କଲେଜର ଅଣଅନୁଦାନପ୍ରାପ୍ତ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି ।

ଉକ୍ତ ଅଧ୍ୟକ୍ଷାଙ୍କ ବିରୋଧରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ଅନିୟମିତତାର ରେକର୍ଡ ଉଚ୍ଚ ଶିକ୍ଷା ବିଭାଗକୁ ଦାଖଲ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଛନ୍ତି । ହେଲେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମାମଲାକୁ ବିଳମ୍ବ କରିବା ପାଇଁ ଗୋଟିଏ ପରେ ଗୋଟିଏ ଭେରିଫିକେସନ ନେଇ ଉକ୍ତ ଅଧ୍ୟକ୍ଷାଙ୍କୁ ପତ୍ର ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି ।

letter

ପ୍ରାପ୍ତ ଅଭିଯୋଗରୁ ଜଣାଯାଇଛି ଯେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ଆନ୍ଦୋଳନକାରୀ ଜପକୁଦ ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ମିଶ୍ରଙ୍କ ନକଲି ନିଯୁକ୍ତି, ଏମଏ ରେ ୪୬ % ମାର୍କ ରଖିଥିବା ସାର୍ଟିଫିକେଟ ସହ ବିଭିନ୍ନ ଜାଲି କାଗଜପତ୍ର ଦାଖଲ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କେବଳ ତଦନ୍ତ ପାଇଁ ଚିଠି ଦିଆଯାଉଥିବା ଅଭିଯୋଗ ହୋଇଛି ।

 

letter

ଗତ ୨୭-୦୪ –୨୦୨୧ ରେ ଚିଠି ନଂ୧୮୫୫୧ ରେ ରାଜଶ୍ରୀ ମିଶ୍ରଙ୍କୁ ତାଙ୍କ ସମସ୍ତ ରେକର୍ଡ ରି ଭେରିଫିକେସନ ନେଇ ଚିଠି ହୋଇଥିଲା । ତାହା କ’ଣ ହେଲା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଜାଣିଥିବେ । ହେଲେ ପୁନର୍ବାର ତା ୧୩-୦୯ ୨୦୨୨ ରେ ଚିଠି ନଂ ୩୮୪୦୩ ରେ ପୁଣି ରେକର୍ଡ ରି ଭେରିଫିକେସନ ପାଇଁ ଚିଠି ହୋଇଥିଲା । ଚିଠିରେ ୩ ଦିନ ଭିତରେ ସମସ୍ତ ରେକର୍ଡ ସହିତ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଥିଲା ।

letter-

ଚିଠିରେ କୌଣସି ଏଜେନ୍ସି କିମ୍ବା ଅନ୍ୟ କାହାଦ୍ୱାରା ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ନଥିଲା । ହେଲେ ଆଜି ୩ ଦିନ ପରେ ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର ନିଜର ସାର୍ଟିଫିକେଟ ଭେରିଫିକେସନ ପାଇଁ ନଆସି ଜଣେ ଓକିଲଙ୍କ ମାଧ୍ୟମରେ ରେକର୍ଡ ପଠାଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଉକ୍ତ ଅଧ୍ୟକ୍ଷା କଲେଜରେ ଏହି ୩ ଦିନ କ୍ଲାସ ନେଉଥିବା ବେଳେ ଜଣେ ଓକିଲଙ୍କୁ ରେକର୍ଡ ଦେଇ ପଠାଇବା ଓ ତାହାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଅନୁମତି ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ।

letter

ଆନ୍ଦୋଳନକାରୀ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତାରେ ଖରାବର୍ଷାରେ ଦୀର୍ଘ ୫୦ ଦିନ ଧରି ବସିଥିବା ସହ ଅଭିଯୋଗପତ୍ର ମୂଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦେଇଛନ୍ତି । ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ଶିକ୍ଷା ସଚିବଙ୍କ ନୀରବତା ନେଇ ଆନ୍ଦୋଳନକାରୀ ଅଭିଯୋଗ କରିବା ସହ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଜାହିର କରିଛନ୍ତି ।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ଆଗାମୀ ଦିନରେ ଆନ୍ଦୋଳନକାରୀ ସରକାରଙ୍କ ଅଣଦେଖା,ଉଚ୍ଚ ଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କ ନୀରବତା ପ୍ରତିବାଦରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦେବା ସହ ଆନ୍ଦୋଳନକୁ ତୀବ୍ରତର କରିବା ନେଇ ଗଣମାଧ୍ୟମକୁ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.