ହାବିଲଦାର ଓ କନେଷ୍ଟବଳ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜିଲ୍ଲା ହାବିଲଦାର ଏବଂ କନେଷ୍ଟବଳ ସଂଘ ସହରାଞ୍ଚଳ ପୋଲିସ୍‌, ଭୁବନେଶ୍ୱରର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ଲେଙ୍କା, ସମ୍ପାଦକ ଭାବେ ପ୍ରସନ୍ନ କୁମାର ବେହେରା, ଉପସଭାପତି ମହେଶ୍ୱର ଗଉଡ଼, ସହସମ୍ପାଦକ ଭାବେ କରୁଣାକର ବାରିକ ଓ ଖୁର୍ସିଦ ଖାନ୍‌, କୋଷାଧ୍ୟକ୍ଷ ସ୍ୱରାଜ ସିଂହ ନିର୍ବାଚିତ ହୋଇଛନ୍ତି । ଅନ୍ୟ ୫ ଜଣ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।