ଧାନ ପରେ ବାଦାମର ଅଭାବୀ ବିକ୍ରି : ଚାଷୀଙ୍କ ମୁଣ୍ଡରେ ଚଡକ

badamମୟୁରଭଞ୍ଜ :

ଧାନ ପରେ ଏବେ ପାଳି ବାଦାମ ଚାଷୀଙ୍କର। ବାଦାମର ଅଭାବୀ ବିକ୍ରି ଚଡକ ପକାଇଛି ଚାଷୀଙ୍କ ମୁଣ୍ଡରେ । ମୟୁରଭଞ୍ଜ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଏବେ ସରକାରଙ୍କ ଏଫ୍ଏକ୍ୱୁ ମାନ ନିର୍ଦ୍ଦାରଣ ପାଇଁ ଅମଳ ବାଦାମ୍ ବିକ୍ରି ନ କରି ପାରି ପକାଇ ରଖିଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ବାଦାମ୍ । ଧାନ ଭଳି ବାଦାମର ମଧ୍ୟ ଏଫ୍ଏକ୍ୱୁ ମାନ କୋହଳ କରିବାକୁ ଦାବୀ କରିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଋଣ ସୁଝି ନପାରି ରାଜରାସ୍ତାକୁ ଓହ୍ଲାଇବା ସହ ଆତ୍ମହତ୍ୟା ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ  ।

ଜିଲ୍ଲାର କେବଳ ଏହି ଅଞ୍ଚଳରେ  ପ୍ରାୟ ୫୦ରୁ ଅଧିକ ଚାଷୀ ସେମାନଙ୍କ ବିଲରେ ବାଦାମ ଚାଷ କରିଥିଲେ । ୩ଶହ କୁଇଣ୍ଟାଲରୁ ଅଧିକ ବାଦାମ ମଧ୍ୟ ଉତ୍ପାଦନ କରିଥିଲେ । ହେଲେ ଯେଉଁ ଅନୁପାତରେ ବାଦାମ ଅମଳ ହେବା କଥା ସେହି ଅନୁସାରେ ବାଦାମ ଅମଳ ହୋଇପାରି ନାହିଁ । ଯେଉଁ ବାଦାମ ଉତ୍ପାଦିତ ହୋଇଛି ତାହା ପରିପକ୍ୱ ହୋଇ ନପାରିବା ହେତୁ ସରକାରଙ୍କ ନିର୍ଦ୍ଧାରିତ ଏଫଏକ୍ୟୁର ମାନ ମଧ୍ୟକୁ ଆସିପାରି ନାହିଁ । ଫଳରେ ସେମାନେ ସରକାରଙ୍କ ଠାରେ ମେସାନଙ୍କର ଉତ୍ପାଦିତ ବାଦାମକୁ ବିକ୍ରି କରି ପାରୁ ନାହିଁ । କିଛି ଚାଷୀ ବାଦାମକୁ ଅମଳ କରି ଘର ମଧ୍ୟରେ ରଖିଥିବା ବେଳେ ଆଉ କିଛି ଚାଷୀ ବର୍ତମାନ ସୁଧା ବିଲ ମଧ୍ୟରୁ ଅମଳ କରୁଛନ୍ତି । ସରକାରୀ ସ୍ତରରେ ବାଦାମର କୁଇଣ୍ଟାଲ ପିଛା ୪୪୫୦ଟଙ୍କା ଧାର୍ୟ୍ୟ ରଖିଛନ୍ତି । ହେଲେ ସେମାନେ ଉତ୍ପାଦିତ କରିଥିବା ବାଦାମ ସରକାରଙ୍କ ଏଫଏକ୍ୟୁମାନକୁ ପୂରଣ କରିନପାରିବା ହେତୁ ସରକାରଙ୍କୁ ସେମାନେ ସିଧାସଳଖ ଏହି ବାଦାମକୁ ବିକ୍ରି କରିପାରୁ ନାହାନ୍ତି । ଏବଂ ଏହାର ସୁଯୋଗ ନେଉଛନ୍ତି ବେପାରୀ ଓ ଦଲାଲମାନେ ଗ୍ରାମାଞ୍ଚଳକୁ ଆସି କୁଇଣ୍ଟାଲ ପ୍ରତି ୨ହଜାରୁ ୨୫ଶହ ଟଙ୍କା ମୂଲ୍ୟରେ କିଣିବାକୁ ବାଧ୍ୟ କରୁଛନ୍ତି ।

ତେବେ ବାଦାମ ଚାଷୀଙ୍କ ବାଦାମର ଅଭାବି ବକ୍ରି ହେତୁ ସେମାନେ ଏନେଇ ଜିଲ୍ଲାପାଳଙ୍କୁ ବାଦାମର ଏଫଏକ୍ୟୁମାନକୁ କମ କରିବା ପାଇଁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବାଦାମ୍ କିଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଏବଂ ଉଦଳାରେ ଦୁଇଟି ମଣ୍ଡି ଖୋଲାଯାଇଛି । ଯେଉଁଠାରେ ବାଦାମଚାଷୀମାନେ ସେମାନଙ୍କର ବାଦାମ ବିକ୍ରି କରିପାରିବେ । ରାଜ୍ୟ ମାର୍କଫେଡ ପକ୍ଷରୁ ବାଦାମର ମାନ ୭୦ପ୍ରତିଶତ ଧାର୍ୟ୍ୟ କରାଯାଇଛି । ସେଥିପାଇଁ କୁଇଣ୍ଟାଲ ପିଛା ୪୪୫୦ଟଙ୍କା ମଧ୍ୟ ରଖାଯାଇଛି । ହେଲେ ଚଳିତ ବର୍ଷ ବାଦାମଚାଷୀମାନେ କେହି ବି ୭୦ପ୍ରତିଶତ ମାନକୁ ଛୁଇଁ ପାରି ନାହାନ୍ତି କାରଣ ବାଦାମ ଉତ୍ପାଦନ ଠିକ ଭାବେ ହୋଇପାରି ନାହିଁ । ଏନେଇ ବାଦାମ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ପାଇଥିବା କହିଛନ୍ତି ଡିଆର୍ସିଏସ୍ । ଜିଲ୍ଲାପାଳ ଏବଂ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କୁ ବାଦାମର ଏଫଏକ୍ୟୁ ମୂଲ୍ୟ ୭୦ପ୍ରତିଶତରୁ ୬୫ପ୍ରତିଶତକୁ ଖସାଇବା ପାଇଁ ଚିଠି ମଧ୍ୟ ଲେଖିଛନ୍ତି ବୋଲି କହିଛନ୍ତି ସେ । ତେବେ ବାଦାମ ଚାଷୀଙ୍କୁ ଏହି ସୁବିଧା ତୁରନ୍ତ ଯୋଗାଇ ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.