ଅଁଳା ନବମୀରେ ସାକ୍ଷୀଗୋପାଳରେ କଟକଣା ଲଗାଇଲା ପ୍ରଶାସନ,ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ଲାଗୁ ହେଲା ୧୪୪ ଧାରା

ପୁରୀ(କେନ୍ୟୁଜ୍):  ସାକ୍ଷୀଗୋପିନାଥ ମନ୍ଦିରରେ ଆସନ୍ତାକାଲି ପବିତ୍ର  ଅଁଳା ନବମୀ ଥିବାବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛି ପ୍ରଶାସନ।  ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ଯାଏ କଟକଣା ଲାଗୁ କଲା ପ୍ରଶାସନ । ୨୨ରୁ ୨୫ ତାରିଖ ବଡ଼ ଏକାଦଶୀ ଯାଏ କଟକଣା ରହିବ ।  ଅଁଳାନବମୀରେ ଅବସରରେ ମା ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ  ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ ହୋଇଥିଏ । ବର୍ଷକରେ ଗୋଟିଏ ଦିନ ରାଧାପାଦ ଦର୍ଶନ ସହ ଶ୍ରୀକୃଷ୍ଣଙ୍କ ନଟବର ବେଶଦେଖିବାକୁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥାଏ।

ତେଵେ କୋଭିଡ୍ କଟକଣା ଯୋଗୁଁ ସାକ୍ଷୀଗୋପାଳ ମନ୍ଦିରରେ ଚଳିତବର୍ଷ ରାଧା ପାଦ ଦର୍ଶନ ବନ୍ଦ ରଖାଯାଇଛି। କେବଳ ସେବାୟତମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିବେ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି। ସୁରୁଖୁରୁରେ ନୀତି ସମ୍ପାଦାନ ଓ ଭକ୍ତଙ୍କ ଗହଳି ଏଡାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀର ନୂଆ  ଏସପି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.