ବିରଜା ପରିକ୍ରମା ପ୍ରକଳ୍ପ ଏବଂ ବିରଜା ହାଟ ବିବାଦର ସମାଧାନ ପାଇଁ ପ୍ରଶାସନ ନିଷ୍ପତ୍ତି
ଯାଜପୁର ଟାଉନ: ବହୁ ଚର୍ଚ୍ଚିତ ବିରଜା ପରିକ୍ରମା ପ୍ରକଳ୍ପ ଏବଂ ବିରଜା ହାଟ ବିବାଦର ସମାଧାନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ପ୍ରଶାସନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରଏମସି ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ୩ ଏକର ଜମି ମଧ୍ୟରୁ ୨ ଏକର ଜମିରେ ହାଟ କରାଯିବ । ଆସନ୍ତା ରବିବାରରୁ ପୁରୁଣା ସ୍ଥାନରେ ଅସ୍ଥାୟୀ ଭାବେ ହାଟ ଚାଲିବ ବୋଲି ଅପାତତଃ ନିଷ୍ପତ୍ତି ନିଆଯାଇଛି ।
ଏଥିପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ କରାଯିବ। ଆସନ୍ତା ରବିବାର ଠାରୁ ଏଠାରେ ପରିବା ବ୍ୟବସାୟୀ ବସିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପରେ ବିରଜା ପରିକ୍ରମା ପ୍ରକଳ୍ପ ପ୍ରଭାବିତ ହେବ ଏବଂ ପୂର୍ବ ନକ୍ସାର ପରିବର୍ତନ ମଧ୍ୟ ହେବ । ଜିଲାପାଳ ପି ଅନ୍ବେସା ରେଡ଼ିଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ଦିର ସେବାୟତ, ବିରଜା ହାଟ ବ୍ୟବସାୟୀ ସଂଘଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।