କଟକର ପୂଜା କମିଟି ଓ ଶାନ୍ତି କମିଟି ସହ ଜିଲ୍ଲା ପ୍ରଶାସନା ବୈଠକ: ଶାନ୍ତି ଶୃଙ୍ଖଳାର ସହ ପୂଜା କରିବା ନେଇ ବୈଠକରେ ଆଲୋଚନା

କଟକ(କେନ୍ୟୁଜ୍): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ସ୍ଥିତ ସହିଦ ଭବନରେ ଚଳିତ ବର୍ଷର ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ । ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ବୈଠକରେ ଆଲୋଚନା କରାଯାଉଛି । ବୈଠକରେ ପୂଜା କମିଟି ଓ ଶାନ୍ତି କମିଟିର ସଭାପତି ସମ୍ପାଦକଙ୍କ ସହ ସିଏମସିର କମିଶନର ନୀଖିଲ ପବନ କଲ୍ୟାଣ, ମେୟର ସୁବାସ ସିଂ, ଡିସିପି ପିନାକ ମିଶ୍ର, ମହାନଗର ପୂଜା କମିଟିର ସଭାପତି ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ,କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଅଛନ୍ତି।

 

ବୈଠକରେ ରାସ୍ତାଘାଟ, ବିଜୁଳି, ଜଳ ଯୋଗାଣ, ଟ୍ରାଫିକ ବ୍ୟବସ୍ଥା, ପୂଜା ଓ ଭାଷାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା କରାଯିବା,ନଦୀ ମାନଙ୍କୁ ପ୍ରଦୂଷଣ ମୁକ୍ତ ଭଳି ବିଭିନ୍ନ ବିଷୟରେ ବୈଠକରେ ଆଲୋଚନା ସହ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

 

Leave A Reply

Your email address will not be published.