ମୋତିଆ ବିନ୍ଦୁ ଅପରେସନ ପରେ ଆଖି ସଂକ୍ରମଣ ଅଭିଯୋଗ, ଘରୋଇ କ୍ଲିନିକକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ଅନୁଗୁଳ : ମୋତିଆ ବିନ୍ଦୁ ଅପରେସନ ପରେ ରୋଗୀ ସଂକ୍ରମଣ ନେଇ ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ । ଘରୋଇ କ୍ଲିନିକକୁ ସିଲ୍ କଲା ଅନୁଗୁଳ ଜିଲ୍ଲା ପ୍ରଶାସନ। ଅନୁଗୁଳରେ ଥିବା ପ୍ରଧାନ ଚକ୍ଷୁ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ ୧୩ଜଣ । ଏହି ଘଟଣାରେ ପୋଲିସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ କ୍ଲିନିକକୁ ସିଲ କରିଛି ।

ଗତ ୨୦ ତାରିଖରେ ଅମଲାପଡ଼ାର ପ୍ରଧାନ ଆଇ କ୍ଲିନିକରେ କିଛି ବ୍ୟକ୍ତିଙ୍କର ମୋତିଆବିନ୍ଦୁ ଅପରେସନ ହୋଇଥିଲା । ଏହାର ତିନିଦିନ ପରେ ୧୩ ଜଣ ରୋଗୀଙ୍କ ଆଖି ସଂକ୍ରମିତ ହୋଇଥିଲା । ଆଖିରେ ଅସହ୍ୟ ଯନ୍ତ୍ରଣା ହେବା ପରେ ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ରୋଗୀମାନଙ୍କ ଅବସ୍ଥାରେ ସୁଧାର ଆସିଛି । କିଛି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଏନେଇ ଖବର ଜଣାପଡିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଘରୋଇ କ୍ଲିନିକକୁ ସିଲ କରାଯିବା ସହ ଘଟଣାର ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଖୁବଶୀଘ୍ର ଘଟଣାର ତଦନ୍ତ କରି ସିଡିଏମଓ ଜିଲ୍ଲାପାଳଙ୍କୁ ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ଅପରେସନ ପୂର୍ବରୁ ଆଖିରେ ପଡୁଥିବା ତିନି ପ୍ରକାର ତରଳ ଔଷଧ, ଫାକୋ ଯନ୍ତ୍ର କିମ୍ବା ଅପରେସନ ଥିଏଟର ଏହାମଧ୍ୟରୁ କୌଣସିରେ ସଂକ୍ରମଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଆଶଙ୍କା କରାଯାଉଛି । ତରଳ ଔଷଧ ଗୁଡ଼ିକୁ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠା ଯାଇଛି ।