ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ଜିଲ୍ଲାପାଳ ଓ ଏସପିଙ୍କ ରାତ୍ରିରେ ଚଢ଼ାଉ, ୨ ଅଟକ

ଭଦ୍ରକ : ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ମଧ୍ୟ ରାତ୍ରିରେ ଚଢ଼ାଉ ହୋଇଛି ।  ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି ।  ଚରମ୍ପା ନିକଟସ୍ଥ ଧାମରା ରେଳ ଲାଇନ ପାଖରେ ମଧ୍ୟ ରାତ୍ରିରେ ପହଞ୍ଚି ଜିଲ୍ଲାପାଳ ଓ ଏସପି କଲେ ଚଢ଼ାଉ କରିଛନ୍ତି ।  ମାଟି ଉତ୍ତଳନ ସ୍ଥାନରୁ ଗୋଟିଏ ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ ହୋଇଛି । ୨ ଜଣ ଅଟକ ରହିଛନ୍ତି ।

ସୂଚନାନୁସାରେ ତେବେ ଗତ କିଛି ଦିନ ହେବ ଛୁଟି ଦିନରେ ବେଆଇନ ଭାବେ ଧାମରା ରେଳ ଲାଇନ ପାଖରୁ ମାଟି ଚାଲାଣ ହେଉଥିବା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କୌଣସି ସୂତ୍ରରୁ ଖବର ପାଇଥିଲେ । ତେଣୁ ସେମାନଙ୍କୁ ଧରିବା ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ଏସପିଙ୍କ ସହିତ କଥା ହୋଇ ପ୍ଲାନ କରିଥିଲେ ।  ସେହି ଅନୁଯାଇ ରବିବାର ମଧ୍ୟ ରାତ୍ରରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ପୋଲିସ ଫୋର୍ସ ଏବଂ ମାଇନିଂ ଅଫିସର ଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ମାଟି ଚାଲାଣ ହେଉଥିବା ସ୍ଥାନରେ ପହଞ୍ଚି  ଚଢ଼ାଉ କରିଥିଲେ ।

ତେବେ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖି ମାଟି ଚାଲାଣ କରୁଥିବା ମାଫିଆ ମାନେ କୌଶଳ କ୍ରମେ ସେଠାରୁ ଫେରାର ହୋଇ ଯାଇଥିଲେ । ତେବେ ବାଲି ପରେ ଏବେ ମାଟି ମାଫିଆ ଙ୍କ ଦୌରାତ୍ମ୍ୟକୁ ରୋକିବା ପାଇଁ ଏପରି ଚଢ଼ାଉ ମଧ୍ୟ ରାତ୍ରରେ ହୋଇ ଥିବା ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।

Also read : ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୫ ଜଣଙ୍କୁ ଧରିଲା ପୋଲିସ୍ , ହେଲେ ଛାଡିଦେଲା !