ଲକ୍ଷ୍ମୀପୁର ବିଡିଓ ଚାନ୍ଦା ମାଗିବା ଅଭିଯୋଗ ଘଟଣା, ପିଡି-ଡିଆରଡିଏଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେନ୍ୟୁଜ(ବ୍ୟୁରୋ): ଲକ୍ଷ୍ମୀପୁର ବିଡିଓ ଚାନ୍ଦା ମାଗିବା ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର । ପିଡି-ଡିଆରଡିଏଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ବିଧିବଦ୍ଧ ଭାବେ ଜିଲ୍ଲାପାଳଙ୍କ ନିକଟରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ଏହି ଖବର ଜଣାପଡ଼ିବା ପରେ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍‌ସ ନୀତିକୁ ଗୁରୁତ୍ୱ ଦେଉଛନ୍ତି ।

ଅଭିଯୋଗର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଡିଓ ଦିଲ୍ଲୀପ କୁମାର ପଟ୍ଟନାୟକ ବିଲ୍‌ ପାସ କରାଇବା ପାଇଁ ପିସି ମାଗୁଥିବା ଠିକାଦାରମାନେ ଅଭିଯୋଗ କରିଥିଲେ । ଚାନ୍ଦା ନଦେଲେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ହେବନି ବୋଲି ସେ ଧମକ ଦେଇଥିଲେ। ଲକ୍ଷ୍ମୀପୁର ବ୍ଲକରେ ଥିବା ୧୩ଟି ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ପିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଦଶହରା ଭେଟି ମାଗିଥିଲେ ବୋଲି ତୟାପୁଟ ଓ ଭିତରଗଡ଼ର ସରପଞ୍ଚ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.