କଟକ: ରାଜ୍ୟରେ ନାବାଳିକା ନିର୍ଯ୍ୟାତନା, ବଳାତ୍କାର ଓ ଅପହରଣ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ, ଘେରିଲା ଜିଲ୍ଲାପାଳ ଅଫିସ

ଜିଲ୍ଲାପାଳଙ୍କ ଅଫିସ ଆଗରେ ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ ଓ ଗଣଧାରଣା। ରାଜ୍ୟରେ ନାବାଳିକା ନିର୍ଯ୍ୟାତନା, ବଳାତ୍କାର ଓ ଅପହରଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପାଇଁ ଡାକରା ଦେଇଥିଲେ ଓଡ଼ିଶା କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। କଟକ ନଗର ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହା ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଦଳ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.