ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ, ଭିଜିଲାନ୍ସ କଲା ଗିରଫ

କେନ୍ୟୁଜ୍(ବ୍ୟୁରୋ): ଆଇଏଏସ୍‌ ଅଫିସର ଗିରଫ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ବାନ୍ଧିଛି । ୨୦୦୯ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ବିଜୟ କେତନ ଉପାଧ୍ୟାୟ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋରରେ । ବିଲ୍‌ ପାସ କରାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏକକାଳୀନ ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ମୋ ସରକାରରେ ତାଙ୍କ ବିରୋଧରେ ନକାରାତ୍ମକ ଫିଡବ୍ୟାକ ଆସିଥିଲା ।

 

Leave A Reply

Your email address will not be published.