ବଡ଼ ଭାଇ ମାଡରେ ସାନଭାଇର ମୃତ୍ୟୁ ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଜିଲ୍ଲା ଜଜ୍

ଭୋଗରାଇ ଥାନା ଅଧୀନ ବିଧୁବଣି ଗ୍ରାମରେ ୨୦.୧୦.୨୦୧୬ରେ ସମ୍ପତ୍ତି ଲୋଭରେ ସାମାନ୍ୟ କଥାକୁ କେନ୍ଦ୍ର କରି ବଳରାମ ଗିରି ତାର ବାପା, ଭାଇ ଓ ଭଉଣୀକୁ ଆକ୍ରମଣ କରିଥିଲା।

ବାଲେଶ୍ଵର (କେନ୍ୟୁଜ): ବଡ଼ ଭାଇର ମାଡରେ ସାନଭାଇର ମୃତ୍ୟୁ ଘଟଣା । ମାନ୍ୟବର ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସ ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ବଳରାମ ଗିରିକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ।

ଭୋଗରାଇ ଥାନା ଅଧୀନ ବିଧୁବଣି ଗ୍ରାମରେ ୨୦.୧୦.୨୦୧୬ରେ ସମ୍ପତ୍ତି ଲୋଭରେ ସାମାନ୍ୟ କଥାକୁ କେନ୍ଦ୍ର କରି ବଳରାମ ଗିରି ତାର ବାପା, ଭାଇ ଓ ଭଉଣୀକୁ ଆକ୍ରମଣ କରିଥିଲା। ବଳରାମର ମାଡ଼ରେ ଗୁରୁତର ସାନଭାଇ ଜଗନ୍ନାଥ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁପରେ ଭୋଗରାଇ ଥାନା ମାମଲା ୧୫୯/୨୦୧୬ ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଥିଲା ।

Leave A Reply

Your email address will not be published.