ପରୀକ୍ଷା ତାରିଖକୁ ନେଇ କନ୍ଧମାଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ତାରିଖକୁ ନେଇ ଉତ୍ତେଜନା । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ରଛାତ୍ରୀ । ଆଗାମୀ ଦିନରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷାରେ ଗୋଟିଏ ଦିନରେ ପ୍ରଥମ ପର‌୍ୟ୍ୟାୟରେ ରେଗୁଲାର ଓ ଦ୍ୱିତୀୟ ପର‌୍ୟ୍ୟାୟରେ ବ୍ୟାକ ପେପର ଥିବାରୁ ପରୀକ୍ଷା ଦେବାରେ ସମସ୍ୟା ନେଇ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ତେବେ ବାରମ୍ବାର ଅଧ୍ୟକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ସେମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିପରି ଏଠାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ପଢୁଥିବାରୁ ଭୋଟ ସମୟରେ ଫେରି ପରୀକ୍ଷା ଦେବା ସମ୍ଭବ ହେବ ନାହିଁ ବୋଲି ଜଣାଇଛନ୍ତି । ପୂର୍ବରୁ ପରୀକ୍ଷା ତାରିଖ ବାରମ୍ବାର ବଦଳିବା ନେଇ ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସେପଟେ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବା ପରେ ସେ ଘଟଣାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।