ନୟାଗଡ଼: ମାଲିକଙ୍କ ଧମକରେ ଅତିଷ୍ଠ ହୋଇ ପ୍ରାଣ ହରାଇଲେ ଡ୍ରାଇଭର

ନୟାଗଡ଼(କେନ୍ୟୁଜ୍): ଆତ୍ମହତ୍ୟାକୁ କେନ୍ଦ୍ର କରି ଫାଣ୍ଡି ଘେରାଉ। ନୟାଗଡ଼ ରାଜସୁନାଖଳାର ବଢେଇ ସାହିର ତୁଷାର ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହ ରଖି ଫାଣ୍ଡି ଘେରାଉ କରିଛନ୍ତି ଗ୍ରାମବାସୀ। ତୁଷାର କାର ଡ୍ରାଇଭର ଭାବେ କାମ କରୁଥିଲେ। କିଛି ଦିନ ତଳେ ଏହି କାରଟି ଚୋରି ହୋଇଯିବାରୁ କାର୍ ମାଲିକ ବିଭିନ୍ନ ସମୟରେ ତୁଷାରଙ୍କୁ ଟଙ୍କା ମାଗିବା ସହ ଧମକ ଦେଇଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ତୁଷାର। ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ମୃତଦେହ ରଖି ଫାଣ୍ଡି ଘେରାଉ କରିଥିଲେ। ତୁରନ୍ତ କାର ମାଲିକକୁ ଗିରଫ ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି କରିଥିଲେ ।