ନିଆରା ବ୍ଯକ୍ତିତ୍ବ : ଟ୍ରାଏ ସାଇକେଲରେ ବସି ଦୀର୍ଘ ୨୫ବର୍ଷ ହେବ ଶିକ୍ଷାଦାନ କରୁଛନ୍ତି ନିର ସାର୍

କାକଟପୁର(କେନ୍ୟୁଜ): ପରିସ୍ଥିତି କରିଦେଲା ଶାରୀରିକ ଅକ୍ଷମ। ହେଲେ ହାର୍ ମାନିନାହାନ୍ତି ସେ। ଜୀବନ ଯୁଦ୍ଧରେ ଜାରି ରଖିଛନ୍ତି ସଂଘର୍ଷ। ପେଟ ପାଇଁ ଦୀର୍ଘ ପଚିଶ ବର୍ଷ ଧରି ଅକ୍ଷୁର୍ଣ ରଖିଛନ୍ତି ନିଜ କର୍ତ୍ତବ୍ଯ । ଏମିତି ନିଆରା ବ୍ଯକ୍ତିତ୍ବଙ୍କ ବିଷୟରେ ଯେତେ କହିଲେ ବି କମ୍ ହେବ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମୁଦୁଗଲ ଗ୍ରାମର ନିର ସର ଓରଫ ନିରଞ୍ଜନ ଦୀକ୍ଷିତ । ପ୍ରତିଦିନ ଏକ ଟ୍ରାଏ ସାଇକେଲରେ ବସି ନିଜ ଘର ଠାରୁ ୧ କି.ମି. ଦୂରରେ ଥିବା ଏକ ବାତ୍ୟା ଆଶ୍ରୟ ସ୍ଥଳିକୁ ଯାଇଥାନ୍ତି। ସେଠାରେ ସେଇ ଟ୍ରାଏ ସାଇକେଲରେ ହିଁ ବସି ଛାତ୍ର ଛାତ୍ରୀ ମାନକୁ ବିଭିନ୍ନ ବିଷୟ ପାଠ ପଢାଇଥାନ୍ତି । ଏମିତି ଦୀର୍ଘ ପଚିଶ ବର୍ଷ ଧରି ଶିକ୍ଷକତା କରି ବହୁ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି । ଏହି ଟିୟୁସନ କରି ଯାହା ଦି ପଇସା ରୋଜଗାର ହୁଏ ସେଥିରେ ନିଜର ଓ ତାଙ୍କ ରୋଗିଣୀ ସ୍ତ୍ରୀର ଔଷଧ ଖର୍ଚ୍ଚ ଉଠାଇଥାନ୍ତି ।

ନିର ସାରଙ୍କ ସଂଘର୍ଷମୟ କାହାଣୀକୁ ଦେଖିଲେ ନିଜ ଯୁବକ ବୟସରେ ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ ସୁଖରେ ଜୀବନଯାପନ କରୁଥିଲେ । ଏକ ବେସରକାରୀ ସ୍କୁଲ ସ୍ଥାପନ କରି ସେଠାର ସ୍ବଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିଲେ। ହେଲେ ହଠାତ ତାଙ୍କ ଜୀବନର ମୋଡ ବଦଳିଗଲା ୧୯୯୭ ମସିହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ। ଦୁଇ ଜଣ ସାଙ୍ଗଙ୍କ ସହିତ ଏକ ସ୍କୁଟର ଯୋଗେ ଭୁବନେଶ୍ଵରରୁ ଫେରୁଥିବାବେଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ସେଥିରେ ତାଙ୍କର ମେରୁଦଣ୍ଡ ରେ ଗଭୀର ଆଘାତ ଲାଗିଲା ଓ ସେଇ ଦିନ ଠାରୁ ସେ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମ ହୋଇଗଲେ। ଆଉ ତାଙ୍କ ସାଥି ହୋଇଗଲା ଏଇ ଟ୍ରାଏ ସାଇକେଲ। ଗଭୀର ଆର୍ଥିକ ସଙ୍କଟର ସାମ୍ନା କରି ପରିବାର ପୋଷାଣ ପାଇଁ ଶେଷରେ ଗ୍ରାମର ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଟିୟୁସନ ଆରମ୍ଭ କଲେ ।

sir

ଏହି ପ୍ରକ୍ରିୟା ଦୀର୍ଘ ପଚିଶ ବର୍ଷ ଧରି ଚାଲିଛି । ସାରଙ୍କର ପାଖରେ ଶିକ୍ଷା ନେଇ ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହିତ। ଦୀର୍ଘ ପଚିଶ ବର୍ଷ ଧରି ନିର ସାର ସଂଘର୍ଷ କରି ଆସୁଥିବାବେଳେ କେବଳ ଶାରୀରିକ ଅକ୍ଷମ ଭତ୍ତା ବ୍ଯତିତ ଅନ୍ଯ ସରକାରୀ ସହାୟତାରୁ ସେ ବଞ୍ଚିତ । ଆଜି ସୁଦ୍ଧା ଭଲ ଘରଟିଏ କରିପାରି ନାହାନ୍ତି କି ତାଙ୍କ ପାଇଁ ଭଲ ଟ୍ରାଏ ସାଇକେଲ ଟିଏ କିଣି ପାରିନାହାନ୍ତି । ନିର ସାରଙ୍କ ମନରେ ସବୁବେଳେ କ୍ଷୋଭ, ସେ ଛାତ୍ର ଛାତ୍ରୀଙ୍କୁ ମଣିଷ କରିଚାଲିଥିବା ବେଳେ ସରକାରଙ୍କ ନଜର କିନ୍ତୁ ତାଙ୍କ ଉପରେ ଏଯାଏ ପଡିନି।

ନିରଞ୍ଜନ ସାରଙ୍କ ଏଭଳି ବଦାନ୍ଯତାକୁ ନେଇ ସାରା ଅଞ୍ଚଳରେ ସେ ଏବେ ପ୍ରଶଂସାର ପାତ୍ର । ତେବେ କିଭଳି ସାର୍ ନିଜ ସମସ୍ୟାରୁ ମୁକୁଳିବେ ସେଥିପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.