ଦୃଢ ମନୋବଳ ଆଗରେ ହାର ମାନିଛି ସବୁ ବାଧା ବିଘ୍ନ: ଦିବ୍ୟାଙ୍ଗ ହୋଇ ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଏହି ଯୁବକ

ପଦ୍ମପୁର(କେନ୍ଯୁଜ୍): ଶରୀର ଦୁର୍ବଳ, ହେଲେ ଦୃଢ ମନୋବଳ । ସେ ଭିନ୍ନକ୍ଷମ ନୁହଁନ୍ତ ବରଂ ଭିନ୍ନ ଭାବରେ ସକ୍ଷମ । ସେଥିପାଇଁ ତ ନିଜେ ଦିବ୍ୟାଙ୍ଗ ହେଲେ ମଧ୍ୟ ଦିବ୍ୟାଙ୍ଗ ମୁକ୍ତ ସମାଜ ଲକ୍ଷ ନେଇ ଓହ୍ଲାଇଛନ୍ତି ନିର୍ବାଚନୀ ମୈଦାନକୁ । ବରଗଡ ଜିଲ୍ଲା ଗାଇସିଲେଟ ଜୋନ ୧ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସରୋଜ ବରିହା । ଆର୍ଥିକ ସମ୍ବଳ ନଥିଲେ ବି ତାଙ୍କ ମନୋବଳ ଆଜି ତାଙ୍କୁ ସମାଜସେବା ପାଇଁ ପ୍ରେରଣା ଯୋଗାଇଛି ।

ଅଣ୍ଟାରୁ ତଳକୁ କାମ କରୁନି । ହେଲେ ବି ପ୍ରଚାର କରୁଛନ୍ତି । ଚିହ୍ନ ପାଇବା ପରେ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । କରୋନା କଟକଣା ଯୋଗୁଁ ଡିଜିଟାଲ ପ୍ରଚାର ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ । ହେଲେ ସେଥିପାଇଁ ସରୋଜଙ୍କ ପାଖରେ ସାଧନ ନାହିଁ । ତଥାପି ଜନସେବା ମନୋଭାବ ଯୋଗୁଁ ତାଙ୍କ ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିଥିବା ଦେଖିବାକୁ ମିଳିଛି ।

ଦିବ୍ୟାଙ୍ଗ ହେଲେ ମଧ୍ୟ ସାଇକେଲ ମରାମତିରୁ ରୋଜଗାର କରି ଚଳିଥାନ୍ତି ସରୋଜ । ପିଲାଙ୍କ ସାଇକେଲ ବିନା ମୂଲ୍ୟରେ ମରାମତି କରି ତାଙ୍କ ଦରଦି ହୃଦୟର ପରିଚୟ ଦେଇଛନ୍ତି । ରାଜନୀତିରେ ବିଜୟୀ ହେଲେ ସମାଜ ସେବାର ନୂଆ ଉଦାହାରଣ ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.