ଅମାବାସ୍ୟାର ଅନ୍ଧାରରେ ଆଜି ଆଲୋକର ପର୍ବ ଦୀପାବଳି

ବିଭିନ୍ନ ହସ୍ପିଟାଲରେ ଖୋଲାଯାଇଛି ବର୍ଣ୍ଣ ୟୁନିଟ

ଅମାବାସ୍ୟାର ଅନ୍ଧାରରେ ଆଜି ଆଲୋକର ପର୍ବ ଦୀପାବଳି । ବାଣ ଦୋକାନରେ ସଜାହୋଇ ରହିଛି ବିଭିନ୍ନ ରକମର ବାଣ । ନିଜ ନିଜ ପସନ୍ଦର ବାଣ କିଣିବାକୁ ଦୋକାନରେ ଲାଗିଛି ଭିଡ । ମାନ୍ୟବର ସୁପ୍ରିମକୋଟଙ୍କ ନିର୍ଦ୍ଦେଶଅନୁଯାୟୀ ଲାଇସେନ୍ସ ପ୍ରାପ୍ତ ବିକ୍ରେତାମାନେ ପଡିଆରେ ବାଣଦୋକାନ ଖୋଲିଛନ୍ତି । ଭୁବନେଶ୍ୱରରେ ୧୨ଟି ସ୍ଥାନରେ ୨୦୦ରୁ ଅଧିକ ବାଣ ଦୋକାନ ଖୋଲା ହୋଇଛି । କମିଶନରେଟ ପୋଲିସର ନିୟମକୁ ଆଖିଆଗରେ ରଖି ଅଧିକ ସବ୍ଧ କରୁଥିବା ବାଣଗୁଡିକୁ ନିସେଦ୍ଧ କରାଯାଇଛି । ଫ୍ୟାନ୍ସି ବାଣକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦୋକାନୀ କହିଛନ୍ତି ।

ସେହିଭଳି ଦୀପାବଳିରେ ଅପ୍ରତିକର ପରିସ୍ଥିତର ମୁକବାଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ବର୍ନ ଓ୍ଵାଡ ଖୋଳାଯାଇଛି । ମେଡିସିନ ଓ ଅସ୍ତ୍ରପ୍ରଚାର ବିଭାଗର ଡାକ୍ତରମାନଙ୍କୁ ୨୪ ଘଣ୍ଟା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

କମିଶନରେଟ ପୋଲିସ ତରଫରୁ ମଧ୍ୟ ଦୀପାବଳି ପର୍ବକୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ନିଆଯାଇଛି । ସ୍ପୋସାଲ ଟିମ ସହ ଭୁବନେଶ୍ୱରରେ ୩୦ରୁ ଅଧିକ ପିସିଆର ଭ୍ୟାନର ବ୍ୟବସ୍ଥା କରାଯାଇଛି । ତାସହ ୧୨୫ ଡିସିବଲରୁ ଅଧିକ ଆବାଜ କରୁଥିବା ବାଣକୁ ନ ପୁଟେଇବା ପାଇଁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

ସଂଧ୍ୟା ୮ଟାରୁ ୧୦ ମଧ୍ୟରେ ବାଣ ଫୁଟେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋଟ । ତେବେ ଏହି ନିୟମକୁ ଉଲଙ୍ଘନ କଲେ ଆପିସି ଧାର ୧୮୮ରେ ଦଣ୍ଡିତ ହେବାର ମଧ୍ୟ ସମ୍ଭାବନା ରହିଛି ।