ଦୀପାବଳି ପାଇଁ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍) : ଦୀପାବଳି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକାକଳା ମାଧ୍ୟମରେ ଦୀପାବଳୀର ଶୁଭେଛା ଜଣାଇଛନ୍ତି ଶିଳ୍ପୀ ମାନସ ସାହୁ । ବାଣ ଫୁଟାଇବା ବଦଳରେ ଦୀପ ଜାଳି ଉତ୍ସବ ପାଳିବାକୁ ସେ ନିବେଦନ କରିଛନ୍ତି । ପ୍ରାୟ ୨୦ ଟନ୍‌ ବାଲିରେ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାକୁ ଉପଭୋଗ କରିଛନ୍ତି ଦର୍ଶକେ ।