ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ବ୍ଲାଷ୍ଟରେ ଖଣ୍ଡ ଖଣ୍ଡ ହୋଇ ପଡିଥିବା ମାଂସ ପିଣ୍ଡୁଳା କାହାର?, ହେବ ଡିଏନଏ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ):  ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଘଟଣାସ୍ଥଳରେ ପଡିଥିବା ମାଂସଖଣ୍ଡର ଫରେନ୍‌ସିକ ଯାଞ୍ଚ ହେବ। ଆବଶ୍ୟକ ପଡିଲେ ହେବ DNA ଟେଷ୍ଟ । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ନେଇ ଥାନାରେ ମାମଲା ରୁଜୁ ହୋଇଛି । ତଦନ୍ତ ପରେ ଘଟଣାରେ କିଏ ଦାୟୀ ଜଣାପଡିବ ବୋଲି କହିଛନ୍ତି। ସିପିଙ୍କ ସୂଚାନା ମୁତାବକ ବିସ୍ଫୋରଣ ସମୟରେ, ପେଟ୍ରୋଲ ପମ୍ପରେ କାମ ଚାଲିଥିଲା ।

ଯେଉଁଥିରେ ୪ ଜଣ କାମ କରୁଥିଲେ, ସେଥିରୁ ଜଣଙ୍କ ମୃତ୍ୟୁ ହୋଇଛି, ଜଣେ ଗୁରୁତର ଅଛନ୍ତି ଓ ଆଉ ଜଣେ ସୁସ୍ଥ ଅଛନ୍ତି। ଚତୁର୍ଥ ବ୍ୟକ୍ତି ନିରୁଦ୍ଧିଷ୍ଟ ଅଛନ୍ତି। ମାଂସ ଖଣ୍ଡର ଡିଏନଏ ଟେଷ୍ଟ ପରେ ଜଣା ପଡିବ ଏହା କେଉଁ ବ୍ୟକ୍ତିଙ୍କ ଶରୀରର ଅଂଶ ବିଶେଷ। ବର୍ତ୍ତମାନ ତଦନ୍ତ ଜାରି ରହିଛି। ଯେଉଁ ଚାରି ଜଣ କାମ କରୁଥିଲେ ସେମାନେ କି କାମ କରୁଥିଲେ। କାହା ତତ୍ୱାବଧାନରେ କାମ ହେଉଥିଲା। ଏ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଆଇପିସିର ଧାରା ୨୮୫, ୨୮୬, ୩୩୭ ଓ ୩୩୮ରେ ମାମଲା ରୁଜୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.