ରକ୍ତଦାନ କରି ଜନ୍ମଦିନ ପାଳିଲେ ଡାକ୍ତର

blood donorନବରଙ୍ଗପୁର: ରକ୍ତଦାନ କରି ମେଡିକାଲରେ ନିଜର ଜନ୍ମଦିନ ପାଳିଲେ ଡାକ୍ତର। ନିଜେ ରକ୍ତଦାନ କରିବା ସହ ଶୁଭେଛୁମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ରୋଗୀଙ୍କ ପାଇଁ ସଂଗ୍ରହ କଲେ ୨୫ ୟୁନିଟ୍ ରକ୍ତ। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦେବବ୍ରତ ଡାକୁଆ ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

bloodନବରଂଗପୁର ମେଡିକାଲ ରକ୍ତ ଭଣ୍ଡାରରେ ଅଧିକାଂଶ ସମୟରେ ରକ୍ତର ଅଭାବ ରହିଥାଏ। ତାକୁ ଦୃଷ୍ଟିରେ ରଖି ଜନ୍ମଦିନରେ ନିଜେ ରକ୍ତଦାନ କରିବା ସହ ଶୁଭେଛୁ ଓ ସଂପର୍କୀୟଙ୍କଠାରୁ ରକ୍ତ ସଂଗ୍ରହ ଅଭିଯାନ କରିଥିଲେ। ଗତ ୩ ବର୍ଷ ହେବ ସେ ଏଭଳି ଢଙ୍ଗରେ ନିଜର ଜନ୍ମଦିନ ପାଳନ କରି ଆସୁଛନ୍ତି ଡାକ୍ତର ଦେବବ୍ରତ ଡାକୁଆ।

Leave A Reply

Your email address will not be published.