ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଡାକ୍ତର, ନିଜେ ରକ୍ତଦାନ କରିବା ସହ ସମସ୍ତଙ୍କୁ କଲେ ସଚେତନ

ନବରଙ୍ଗପୁର (କେନ୍ଯୁଜ୍): ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଡାକ୍ତର ଦେବ୍ରତ ଡାକୁଆ । ଜନ୍ମ ଦିନ ଅବସରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ନିଜେ ରକ୍ତଦାନ କରିବା ସହ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ଏବଂ ନିଜ ବନ୍ଧୁ ବାନ୍ଧବଙ୍କୁ ରକ୍ତଦାନ କରିବାକୁ ସଚେତନ କରିଛନ୍ତି ।

ଦାବୁଗାଁ ବିଧାୟକ ମୋନାହାର ରନ୍ଧାରୀ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ଡାକ୍ତରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ମୋଟ ୫୦ୟୁନିଟ୍‌ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଥିଲା। ଗତ ୬ବର୍ଷ ହେବ ସେ ରକ୍ତଦାନ ଶିବିରର ଆୟୋଜନ କରି ନିଜ ଜନ୍ମଦିନ ପାଳନ କରୁଛନ୍ତି । ଡାକ୍ତରଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.