ଡାକ୍ତରଙ୍କ କାର ପଛରେ ଲାଗିଛି ‘ମୁଁ ଡାକ୍ତର, ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ’…
ଆଜି ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଟଙ୍କିକିଆ କ୍ଲିନିକକୁ ପୁରିଛି ୩ ବର୍ଷ । ପ୍ରଥମେ ଟଙ୍କାକିଆ କ୍ଲିନିକ ପରେ ଟଙ୍କାକିଆ ମେଡ଼ିସିନ ଆଉ ଏବେ ନିଜ ବ୍ୟକ୍ତିଗତ ଗାଡିକୁ ରୋଗୀଙ୍କ ପାଇଁ ସମର୍ପିତ କରିଛନ୍ତି ।
ସମ୍ବଲପୁର (କେନ୍ୟୁଜ): ମୁଁ ଡାକ୍ତର, ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ’। ଡାକ୍ତରଙ୍କ କାର ପଛରେ ଲାଗିଛି ଏହି ନୋଟିସ୍। ଡାକ୍ତର ଜଣକ ହେଲେ ଚର୍ଚ୍ଚାରେ ଥିବା ବୁର୍ଲା ଭୀମସାରରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ। ଡାକ୍ତର ରୋଗୀଙ୍କ ପାଇଁ ନିଜ ଗାଡିକୁ ଉତ୍ସର୍ଗୀକୃତ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ମାନଙ୍କୁ ଘରୁ ମେଡିକାଲକୁ ଆଣିବା ସହ ଘରେ ଛାଡିବ ବୋଲି ଟଙ୍କାକିଆ ଡାକ୍ତର କହିଛନ୍ତି। ଯାହାକୁ ନେଇ ସାଧାରଣ ଲୋକେ ବେଶ ଖୁସି।
ଆଜି ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଟଙ୍କିକିଆ କ୍ଲିନିକକୁ ୩ ବର୍ଷ ପୁରିଛି। ଏହି ଅବସରରେ ସେ ଆଜି ଠାରୁ ତାଙ୍କର ବ୍ୟକ୍ତିଗତ କାରକୁ କୁଷ୍ଠରୋଗୀଙ୍କ ଡାକ୍ତରଖାନା ଯାତାୟତ ଓ ସାଧାରଣ ଲୋକଙ୍କ ସହଯୋଗ ପାଇଁ ପ୍ରଦାନ କରିଛନ୍ତି । ପ୍ରଥମେ ଟଙ୍କାକିଆ କ୍ଲିନିକ ପରେ ଟଙ୍କାକିଆ ମେଡ଼ିସିନ ଆଉ ଏବେ ନିଜ ବ୍ୟକ୍ତିଗତ ଗାଡିକୁ ରୋଗୀଙ୍କ ପାଇଁ ସମର୍ପିତ କରିଛନ୍ତି। ଏହି ଗାଡିଟି ରୋଗୀଙ୍କ ସେବରେ ଲାଗିବା ସହ ନିଜେ ମଧ୍ୟ ବ୍ୟବହାର କରିବେ। ଯେଉଁ ରୋଗୀଙ୍କୁ ଏହି ଟଙ୍କିକିଆ କ୍ଲିନିକକୁ ଆସିବା ପାଇଁ ଅସୁବିଧା ହେବ ସେମାନେ ଏହି ଗାଡିକୁ ଯିବା ଆସିବାରେ ବ୍ୟବହାର କରିପାରିବେ ବୋଲି କହିଛନ୍ତି ।ଏହି କ୍ଲିନିକର ତୃତୀୟ ବାର୍ଷିକୀରେ ରୋଗୀଙ୍କ ପାଇଁ ଏହି ଗାଡିଟି ସମର୍ପିତ କରିଛନ୍ତି ଡାକ୍ତର ଶଙ୍କର ।
ସେପଟେ ଏହି କ୍ଲିନିକକୁ ଆସୁଥିବା ଅନେକ ରୋଗୀ ଭଲ ଚିକିତ୍ସା ମିଳୁଥିବା ନେଇ କହିଛନ୍ତି l ସେହିପରି ଆଜି ୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଶା ବାଡ଼ି ଯୋଗାଇ ଦିଆଯାଇଛି । ଏଠାକୁ ଆସୁଥୁବା ଅନେକ ଗୁରୁତର ରୋଗୀ ଭଲ ହେଇଛନ୍ତି। ଆଉ ଆଜି ଏହି ଗାଡିଟି ରୋଗୀଙ୍କ ପାଇଁ ସମର୍ପିତ ହେଇଥିବା ଯୋଗୁଁ ରୋଗୀମାନେ ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି ।