ଦେବଦୂତ ସାଜିଲେ ଡାକ୍ତର, ବନ୍ୟା ପାଣିରୁ ଗର୍ଭବତୀ ମହିଳାଙ୍କୁ ଆଣି ଯୋଗାଇଲେ ଚିକିତ୍ସା

ରାଜନଗର : ଡାକ୍ତର ହେବ ତ ଏମିତି । ବନ୍ୟା ପାଣିରୁ ଗର୍ଭବତୀ ମହିଳାଙ୍କୁ ଟଲିରେ ବୋହି ଆଣି ଚିକିତ୍ସା ଯୋଗାଇଛନ୍ତି ରାଜନଗର ମେଡିକାଲର ମେଡିକାଲ ଅଫିସର ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତି । ବ୍ରାହ୍ମଣୀରେ ବନ୍ୟା ଆସିବା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ଫଳରେ ଅନେକ ସ୍ଥାନରେ ମୁଖ୍ୟ ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ରାଜନଗର ବ୍ଲକ ଚକିବାଙ୍କ ଗାଁର ସଂଘମିତ୍ରା ରାଉତ ଗର୍ଭ ଯନ୍ତ୍ରଣା ପାଉଥିଲେ ।

ବନ୍ୟା ଯୋଗୁଁ ଆମ୍ବୁଲାନ୍ସ ତାଙ୍କ ଘର ନିକଟରେ ପହଂଚି ପାରିନଥିଲା । ତେବେ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି ଓ ତାଙ୍କ ଟିମ ବନ୍ୟା ପାଣିରେ ଚାଲି ଚାଲି ଯାଇ ତାଙ୍କ ଘର ନିକଟରେ ପହଂଚିଥିଲେ । ସେଠାରୁ ତାଙ୍କୁ ଟଲିରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବାପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଗର୍ଭବତୀ ମହିଳା ଜଣକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ।

 

Also read :ନଦୀକୁ ଡେଇଁ ଜୀବନ ହାରିବା ଉଦ୍ୟମ, ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି