ରାଜ୍ୟ

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ ଡାକ୍ତର ହେଲେ ଏବେ ମିଳୁନି ତାଙ୍କର କୌଣସି ଖୋଜ ଖବର । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳାରୁ ସାମ୍ନାକୁ ଆସିଛି ।

କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଡ୍ୟୁଟି ସାରି ସରକାର ବାସଭବନକୁ ଯାଇଥିଲେ ଡାକ୍ତର ଅମ୍ଳାନ ଭୋଇ । ହେଲେ ସେବେଠୁ ଆଉ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଯେଉଁଥିପାଇଁ ଥାନାରେ ଅଭିଯୋଗ ହୋଇଛି । ଡାକ୍ତର ଅମ୍ଳାନ ଭୋଇଙ୍କୁ ତାଙ୍କ ଘରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଏହି ସୂଚନା ଆଧାରରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାଟରକୁ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀ ଙ୍କ ନାମରେ ଏକ ପୋଷ୍ଟର ଡାକ୍ତରଙ୍କ କ୍ୱାଟର ମଧ୍ୟରୁ ଜବତ କରିଛି ।
ମାଲକାନଗିରି ଏସ ପି ଙ୍କ ସୂଚନା ଅନୁଯାୟୀ, ପୋଷ୍ଟରରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲ୍ଲେଖ ରହିଥିବା ସୂଚନା ଦେଇଛନ୍ତି ।

ତେବେ ପୋଲିସ ପାରିପାର୍ଶ୍ୱିକ ପରସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କ ସରକାରୀ ବାସଭବନ ଯାଞ୍ଚ କରିବା ସହ ଆଖପାଖ ଲୋକଙ୍କୁ ପଚରାଉଚରା କରୁଛନ୍ତି । ଏହା ସହିତ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ପୁଲିସ୍ ଯାଞ୍ଚ କରାଯାଉଛି । ନିଖୋଜ ଡାକ୍ତରଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ଜିଲ୍ଲା ବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ବାସ୍ତବରେ ମାଓବାଦୀ ଙ୍କର ଏହି ଘଟଣା ସହ କିଛି ସମ୍ପୃକ୍ତି ରହିଥାଏ ତେବେ ଏହା ସାଙ୍ଘାତିକ ହେବ ବୋଲି ଅନୁମାନ କରିଛି ।

ଅନ୍ୟପକ୍ଷରେ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କର ବଚସା ହୋଇଥିଲା। ତେଣୁ ଏହି ଅପହରଣ ପଛରେ ସେମାନଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି । ଡାକ୍ତର ଅମ୍ଲାନ ଭୋଇଙ୍କ ଖୋଜ ଖବର ମିଳି ନଥିବା ବେଳେ ତାଙ୍କୁ କିଏ ଓ କାହିଁକି ଅପହରଣ କଲା, ତାହା ଜାଣିବାକୁ ତଦନ୍ତ ଜାରି ରଖିଛି ପୁଲିସ୍ ।

ସେପଟେ ଏହା ନକ୍ସଲଙ୍କ କାମ ବୋଲି ଚର୍ଚ୍ଚା ହେଉଥିବା ବେଳେ ମାଲକାନଗିରି ଏସ୍‌ପି ଏହାକୁ ଖଣ୍ଡନ କରିଛନ୍ତି । ନକ୍ସଲଙ୍କ ଗତିବିଧି ନଥିବାରୁ ଏହା ସେମାନଙ୍କର କାମ ନୁହେଁ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ତେବେ ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିବ ଏହି ଘଟଣା ପଛରେ କାହାର ହାତ ଅଛି । ସେପଟେ ପୁଅର ନିଖୋଜ ଖବର ଶୁଣି ବ୍ୟସ୍ତ ହୋଇପଡ଼ିଛନ୍ତି ପରିବାର ଲୋକେ । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ।

 

Sasmita

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

14 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

39 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

43 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

46 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

51 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago