ବଲାଙ୍ଗିର: ମାତାଲ୍ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ, ନିଶାଶକ୍ତ ଅବସ୍ଥାରେ ଜଣଙ୍କ ଘରେ ପଶି ଦୁର୍ବ୍ୟବହାର

ବଲାଙ୍ଗିର(କେନ୍ୟୁଜ୍): ମାତାଲ୍ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ। ନିଶାଶକ୍ତ ଅବସ୍ଥାରେ ଘରେ ପଶି ଦୁର୍ବ୍ୟବହାର। ଡାକ୍ତର ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ୟାନସର ବିଭାଗର ନୋଡାଲ ଅଫିସର ଡାକ୍ତର ଅବିନାଶ ମିଶ୍ର। ଗତକାଲି ବିଳମ୍ବିତ ରାତିରେ ଅବିନାଶ ରେଲୱେ ଷ୍ଟେସନ ଅଞ୍ଚଳରେ ଜଣଙ୍କ ଘରେ ଜୋର ଜବରଦସ୍ତ ପଶିଯାଇଥିଲେ। ଏହାପରେ ପରିବାରଲୋକେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଅଟକ ରଖିଥିଲା। ତାଙ୍କ ସ୍କୁଟିରୁ ଏକ ମଦ ବୋତଲ ଜବତ କରାଯାଇଛି। ପୋଲିସ ତଦନ୍ତ ଜାରି ରହିଛି।