ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ମରିଯିବା ପରେ ବି ଚାଲିଲା ସାଲାଇନ୍‌

ପୁରୀ(କେନ୍ଯୁଜ୍): ମୃତ୍ୟୁର ୧ ଘଣ୍ଟା ପରେ ବି ଚାଲିଲା ସାଲାଇନ୍‌। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସଦର ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ପୁରୀ ସତ୍ୟବାଦୀ ଅଞ୍ଚଳର ମନୋରଞ୍ଜନ ଦିକ୍ଷୀତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁରୁଷ ଭେଷଜ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଆଜି ସକାଳ ୭ଟା ୧୫ରେ ଡ୍ୟୁଟିରେ ଥିବା ଡାକ୍ତର ମନୋରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁକାଳୀନ ରିପୋର୍ଟରେ ୮ଟା ୧୫ ଦର୍ଶାଯାଇଥିଲା। ତେବେ ମୃତ୍ୟୁର ଦୀର୍ଘ ସମୟ ପରେ ତାଙ୍କୁ ସାଲାଇନ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରିକି ଡାକ୍ତରଙ୍କୁ ବାରମ୍ବାର ଡାକିବା ପରେ ମଧ୍ୟ ଶୁଣିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.