ରାଜ୍ୟ

ଯୋଡା : ରୁମରୁ ମୃତ ଅବସ୍ଥାରେ ମହିଳା ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ

ଆନନ୍ଦପୁର(କେନ୍ୟୁଜ୍‌) : ମହିଳା ଡାକ୍ତରଙ୍କ ମୃତଦେହକୁ କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ।ନୂଆବର୍ଷ ସେଲିବ୍ରେସନ ପରେ ରୁମରୁ ମୃତ ଅବସ୍ଥାରେ ଠାବ ହୋଇଥିଲେ ଡାକ୍ତର। ଯୋଡା ଥାନା ଯୋଡା ପୌରପାଳିକା ଅନ୍ତର୍ଗତ ୨ ନଂ ୱାର୍ଡ ବନେଇକଳା ବସ୍ତି ଠାରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ଭଡାସୂତ୍ରରେ ରହୁଥିଲେ ଡାକ୍ତର।

ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତରଙ୍କ ମୃତଦେହକୁ ରୁମର କବାଟ ଭାଙ୍ଗି ଯୋଡା ଥାନା ପୋଲିସ ସନ୍ଦେହଜନକ ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିବା ଖବର ହସ୍ତଗତ ହୋଇଛି । ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକରେ । ଯୋଡାରେ ନିଯୁକ୍ତି ପାଇବା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ଥିବା ଏକ ଘରକୁ ଭଡ଼ା ସୂତ୍ରରେ ନେଇ ରହୁଥିଲେ ।

ନୂଆବର୍ଷକୁ ସାଥୀମାନଙ୍କ ସହିତ ସେଲିବ୍ରେସନ କରି ସାରିବା ପରେ ରୁମକୁ ଫେରିଥିଲେ । ରବିବାର ୧ ତାରିଖ ସନ୍ଧ୍ୟା ପର୍ଯ୍ଯନ୍ତ ଶୁଭଶ୍ରୀ କବାଟ ନ ଖୋଲିବାରୁ ତାଙ୍କ ଗୃହ ସହାୟିକା ଏବଂ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ କବାଟ ନ ଖୋଲିବାରୁ ଶେଷରେ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲେ ।

ଖଟ ଉପରେ ମହିଳା ଡାକ୍ତର ସ୍ଥିର ହୋଇ ଶୋଇଥିବାର ଦେଖି ପୋଲିସ ସଙ୍ଗେ ସଙ୍ଗେ ଯୋଡାସ୍ଥିତ ଟାଟାଷ୍ଟିଲ ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତଘୋଷଣା କରିଥିଲେ । କେମିତି ଓ କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି ।

Niharanjan

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

6 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

25 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

33 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

50 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago