ବିଷାକ୍ତ ଇଞ୍ଜେକ୍‌ସନ ନେଇ ଡାକ୍ତରାଣୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର(କେନ୍ଯୁଜ୍) : ଭୁବନେଶ୍ୱରରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା । ବିଷାକ୍ତ ଇଞ୍ଜେକ୍‌ସନ ନେଇ ଡାକ୍ତରାଣୀ ମନସ୍ୱିନୀ ବାରିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମନସ୍ୱିନୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ ।

doctor2

ସୂଚନା ଅନୁଯାୟୀ ୨୦୧୫ରେ ତାଙ୍କର ବିବାହ ହୋଇଥିଲା। ଏହାପରେ ତାଙ୍କର ଛାଡପତ୍ର ହୋଇଯାଇଥିଲା। ତାଙ୍କ ଘର ପଶ୍ଚିମ ଓଡ଼ିଶାରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ କାମ କରୁଥିଲେ। ଘର ଭିତରୁ କିଛି ସିରିଞ୍ଜ ଓ ଇଞ୍ଜେକସନ୍‌  ମିଳିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like