ଦୁଃଖ ବେଳେ ବି ଲାଞ୍ଚ? ପୋଷ୍ଟମର୍ଟମ ରିପୋର୍ଟ ପାଇଁ ଲାଞ୍ଚ ନେଇ ଚାକିରିରୁ ବହିଷ୍କୃତ ହେଲେ ଡାକ୍ତର

ତେଲକୋଇ ସିଏଚସିର ଡାକ୍ତର ଗଣପତି ପ୍ରଧାନ ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ନେଇ ବିବାଦରେ ଥିଲେ। ମାର୍ଚ୍ଚ ୧୮ ତାରିଖରେ ଡାକ୍ତର ଗଣପତି ପ୍ରଧାନ ଶବ ବ୍ୟବଛେଦ ରିପୋର୍ଟ ଦେବାକୁ ଦୁଇଟି କିସ୍ତିରେ ଜଣଙ୍କ ପାଖରୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ): ଲାଞ୍ଚ ନେଇ ଚାକିରିରୁ ଡାକ୍ତର ବିଦା। ପୋଷ୍ଟମର୍ଟମ ରିପୋର୍ଟ ପାଇଁ ଲାଞ୍ଚ ନେଇ ଚାକିରିରୁ ଡାକ୍ତର ବହିଷ୍କୃତ। କେନ୍ଦୁଝର ଜିଲ୍ଲା ତେଲକୋଇ ଡାକ୍ତରଖାନାର ଡାକ୍ତର ଗଣପତି ପ୍ରଧାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାକିରିରୁ ବହିଷ୍କାର କରାଯାଇଛି।

ତେଲକୋଇ ସିଏଚସିର ଡାକ୍ତର ଗଣପତି ପ୍ରଧାନ ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ନେଇ ବିବାଦରେ ଥିଲେ। ମାର୍ଚ୍ଚ ୧୮ ତାରିଖରେ ଡାକ୍ତର ଗଣପତି ପ୍ରଧାନ ଶବ ବ୍ୟବଛେଦ ରିପୋର୍ଟ ଦେବାକୁ ଦୁଇଟି କିସ୍ତିରେ ଜଣଙ୍କ ପାଖରୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଂପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

୨୭ ତାରିଖରେ ଡାକ୍ତର ଗଣପତି ପ୍ରଧାନ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଥିଲେ। ତେବେ ଗଣପତି ପ୍ରଧାନଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବହିଷ୍କାର କରାଯାଇଛି। କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ଚୁକ୍ତିଭିତ୍ତିକି ନିଯୁକ୍ତି ହୋଇଥିବା ଡାକ୍ତର ଗଣପତି ପ୍ରଧାନଙ୍କୁ ଚୁକ୍ତିଭିତ୍ତିକ ଚାକିରୀ ଅଧିନିୟମ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଚାକିରୀରୁ ବହିଷ୍କୃତ କରାଯାଇଛି।