ମଳକଣ୍ଟକ ରୋଗ ଭଲ କରିବାକୁ ଡାକ୍ତର ନେଉଥିଲେ ଟଙ୍କା, ହେଲେ ଧରାପଡି ଏବେ ହଟହଟା

ଅନୁଗୁଳ : ମଳକଣ୍ଟକ ରୋଗ ଚିକିତ୍ସା ପାଇଁ ଡାକ୍ତର ରୋଗୀଙ୍କ ଠାରୁ ନେଉଥିଲେ ଟଙ୍କା । ମଳକଣ୍ଟକ ରୋଗ ଭଲ କରିବାକୁ ହେଲେ ୮ ହଜାର ଟଙ୍କା ଦେବାକୁ ହେବ । ବିଚରା ଗରିବ ରୋଗୀ ବି ଧାର କରଜ କରି ଟଙ୍କା ଦେଲେ । ଏମିତି ଅନେକ ଗରିବ ରୋଗୀଙ୍କ ଠାରୁ ଲାଞ୍ଚ ଟଙ୍କା ମାଗୁଥିଲେ ଜଣେ ସରକାରୀ ଡାକ୍ତର । ସରକାରଙ୍କ ଠାରୁ ଦରମା ପାଉଥିଲେ ତଥାପି ଏତେ ଲୋଭ ଯେ ଚିକିତ୍ସା ପାଇଁ ଗରିବ ଅସହାୟ ରୋଗୀଙ୍କ ଠାରୁ ବି ଭିତିରିଆ ନେଉଥିଲେ ଟଙ୍କା ।

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ଡାକ୍ତର ଲାଞ୍ଚ ନେବାବେଳେ ଧରାପଡ଼ି ଯାଇଛନ୍ତି। ସୂଚନା ଅନୁଯାୟୀ ତାଳଚେର ବ୍ଲକ ଭରତପୁର ଅଞ୍ଚଳର ସୁନିଲ ମୁଣ୍ଡାଙ୍କ ପୁଅ ନିରଞ୍ଜନ ମୁଣ୍ଡା ଗତ ୩୧.୧୦.୨୦୨୪ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମଳକଣ୍ଟକ ଉପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଦିପ କୁମାର ଧର କହିଥିଲେ ଏହି ଚିକିତ୍ସା ହେଲେ ଆଠ ହଜାର ଟଙ୍କା ଦେବାକୁ ପଡିବ । ନିରଞ୍ଜନ ନିରୁପାୟ ହୋଇ ତାଙ୍କର ସହଯୋଗୀଙ୍କ ଠାରୁ ଧାର କରି ଛଅ ହଜାର ଟଙ୍କା ଡାକ୍ତରଙ୍କ ଫୋନ ପେକୁ ପଠାଇ ଥିଲେ।

ନିରଞ୍ଜନ ଟଙ୍କା ପଠେଇ ସାରିବା ପରେ ଡାକ୍ତରଙ୍କୁ ଫୋନ କରି କହିଥିଲେ ଏବଂ ଡାକ୍ତର ମେଡିସିନ ସନ୍ଧ୍ୟାରେ ଲେଖୀଦେବି ବୋଲି କହିଥିଲେ । ତେବେ ଏ ଘଟଣା ଜଣାପଡିବା ପରେ ଡାକ୍ତର ପ୍ରଦିପ କୁମାର ଧରଙ୍କୁ ଫୋନ୍ ଯୋଗେ ପଚାରିବାରୁ ମୁଁ ରୋଗୀଙ୍କୁ ଟଙ୍କା ମାଗି ନାହିଁ କି ଟଙ୍କା ନେଇ ନାହିଁ ବୋଲି କହିଥିଲେ।

ଏ ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶିବାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ କହୁଛନ୍ତି ଏ ଘଟଣା ବିଷୟରେ ମୁଁ ଜାଣିନାହିଁ। ଅଭିଯୋଗ ହେଲେ ମୁଁ ତଦନ୍ତ କରିବି ବୋଲି କହିଛନ୍ତି।ଏବେ ଦେଖିବାକୁ ବାକି ରହିଲା ଯେ, ତଦନ୍ତ କେବଳ କଥା ରେ ନା କାଗଜ ପତ୍ର ରେ ହେବ ଏବଂ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

You might also like