ମୃତ୍ୟୁ ପରେ ଚକ୍ଷୁ ଦାନ କରି ବଞ୍ଚି ରହିଲେ ଡାକ୍ତର, ମେଡିକାଲ କଲେଜକୁ ଶରୀର ଦାନ କରି ଉଦାହରଣ ସୃଷ୍ଟି କଲେ

ବ୍ରହ୍ମପୁର(କେନ୍ୟୁଜ୍) : ମୃତ୍ୟୁ ପରେ ନିଜର ଚକ୍ଷୁ ଓ ଶରୀର ଦାନ ଭଳି ଏକ ମହତ କାର୍ଯ୍ୟ କରିଛନ୍ତି ଜଣେ ଡାକ୍ତର । ନିଜର ଚକ୍ଷୁ ଦାନ କରି ସେ ଅନ୍ୟ ଜଣଙ୍କ ଭିତରେ ବଂଚି ରହିବା ସହ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଓ ଗବେଷଣା ପାଇଁ ମଧ୍ୟ ସେ ତାଙ୍କର ଶରୀରକୁ ଦାନ କରିଛନ୍ତି ।

ଏଭଳି ଉଦାହରଣ ସୃଷ୍ଟି କରିଥିବା ଡାକ୍ତର ହେଉଛନ୍ତି ଗଂଜାମ ଦିଗପହଣ୍ଡିର ଡାକ୍ତର ଭି. ରାଜେଶ୍ୱର ରାଜୁ । ଡାକ୍ତର ରାଜୁଙ୍କର ମୃତ୍ୟୁ ୮୫ ବର୍ଷ ବୟସରେ ହୋଇଯାଇଥିବା ବେଳେ ନିଜର ପ୍ରତିଶ୍ରୁତି ମୁତାବକ ପରିବାର ଲୋକେ ତାଙ୍କର ଚକ୍ଷୁ ଦାନ କରିଥିଲେ ।

ପରେ ମରଶରୀରକୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜକୁ ଦାନ କରିଛନ୍ତି। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ମନୁଷ୍ୟ ଶରୀରର ଘୋର ଅଭାବ ରହିଥାଏ। ଏହି ଶରୀର ମାଧ୍ୟମରେ ଡାକ୍ତର ଛାତ୍ରଛାତ୍ରୀଙ୍କ ପାଠପଢା ଓ ଗବେଷଣା ଦିଗରେ ଏହା ବେଶ ସହାୟକ ହୋଇପାରିବ । ମୃତ୍ୟୁ ପରେ ତାଙ୍କର ଶରୀର ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର ଭି. ରାଜେଶ୍ୱର ରାଜୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.