ବଣାଇ: ଜ୍ବର ବଦଳରେ ୪ ବର୍ଷର ଶିଶୁକୁ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ୍ । ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ଚିକିତ୍ସାଳୟରୁ ଆସିଲା ଅଭାବନୀୟ ଘଟଣା ।
ଅଭିଯୋଗ ଅନୁଯାୟୀ, ଜଣେ ୪ ବର୍ଷର ଶିଶୁକୁ ଜ୍ବର ହେବାରୁ ଡାକ୍ତରଖାନା ଆଣିଥିଲେ ପରିବାର । ପ୍ରେସକ୍ରିପ୍ସନରେ ଡାକ୍ତର ଜ୍ବର ବଦଳରେ କୁକୁର କାମୁଡା ଇଞ୍ଜେନ ଲେଖିଥିଲେ । ମେଡିସିନ୍ ଆଣିବାକୁ ଗଲା ବେଳେ ପ୍ରେସକ୍ରିପ୍ସନ ଦେଖି କୁକୁର କାମୁଡିଛି କି ବୋଲି ପଚାରିଥିଲେ ଦୋକାନୀ । ଶିଶୁଙ୍କ ସମ୍ପର୍କୀୟ ମନା କରିଥିଲେ ବି କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିଲେ। ପରେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର ଜଣକ ପ୍ରେସକ୍ରିପ୍ସନକୁ ଚିରି ଦେଇଥିଲେ ବୋଲି କହିଛନ୍ତି ଶିଶୁଙ୍କ ସମ୍ପର୍କୀୟ ।
ଆହୁରି ପଢ଼ନ୍ତୁ : ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ଦନ୍ତା, ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ