ଯାଜପୁର ଟାଉନ (କେନ୍ୟୁଜ) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତର ରଢ଼ଙ୍ଗା ଗ୍ରାମରେ ମାତୃତ୍ୱର ନିଆରା ସମ୍ପର୍କ ଦେଖିବାକୁ ମିଳିଛି। ଆଜିକାର ବସ୍ତୁବାଦୀ ସମାଜରେ ମଣିଷ ମଣିଷକୁ ସାହାଯ୍ୟ କରୁନଥିବା ବେଳେ ଗୋଟିଏ ପଶୁ ଅନ୍ୟ ଏକ ପଶୁକୁ ସ୍ତନ୍ୟପାନ କରାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ବିଲେଇଟିର ମା ଛାଡି ଦେଇ ପଳାଇଥିବାରୁ କୁକୁରଟି ପ୍ରତିଦିନ ସ୍ତନ୍ୟପାନ କରାଏ। ଆଉ ଏବେ ଏହି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ମନୁଷ୍ୟ ଯେତେବେଳେ ନିଜ ପିଲାକୁ ସ୍ତନ୍ୟ ପାନ କରେଇବା ପାଇଁ ଅନିଚ୍ଛା ପ୍ରକାଶ କରୁଛି ସେଠି ଗୋଟେ ପଶୁ ମାନବ ସୁଲଭ ପ୍ରମାଣ ଦେଇଛି ।