ରାଜ୍ୟ

ନାଗ ସାପ କବଳରୁ ମାଲିକକୁ ବଞ୍ଚାଇଲା ପୋଷା କୁକୁର ‘ବ୍ଲାକି’, ଶେଷରେ ନିଜେ ଆଖି ବୁଜିଦେଲା

ସମ୍ବଲପୁର(କେନ୍ୟୁଜ୍): ପୋଷା କୁକୁର ସହ ନାଗ ସାପର ଲଢେଇ । ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ପୋଷା କୁକୁର । ଘର ବାହାରେ ଲୁଚିିଥିଲା ନାଗ ସାପ । ଧିରେ ଧିରେ ପଶୁଥିଲା ଘର ଭିତରକୁ । ତାର ସଁ ସଁ ଶବ୍ଦ ହଠାତ୍ ପଡିଥିଲା ଘରେ ଥିବା ପୋଷା କୁକୁର କାନରେ । ବାସ୍ ସେ ଧାଇଁ ଆସିଥିଲା ଆଉ ଦେଖିଥିଲା ତା ମାଲିକ ଘରକୁ ପ୍ରବେଶ କରିବାକୁ ଯାଇଛି ଏକ ବିଶାକ୍ତ ସାପ । ତାପରେ ସେ ନିଜ ଜୀବନକୁ ବାଜି ଲଗାଇ ନିଜ ମାଲିକକୁ ବଞ୍ଚାଇବା ପାଇଁ ଆଗେଇ ଯାଇଥିଲା ।

ଆପଣ ତ ଜାଣିଛନ୍ତି ପ୍ରାଣୀ ଭିତରେ କୁକୁର ସବୁଠୁ ବିଶ୍ୱସ୍ତ ଓ ଭରଷାଯୋଗ୍ୟ ବୋଲି । ଯାହା ଆଜି ପୁଣି ଥରେ ପ୍ରମାଣିତ ହୋଇଯାଇଛି । ନିଜ ମାଲିକ ପାଇଁ ଜୀବନ ଦେଇ ଦେଇଛି ଏକ ପୋଷା କୁକୁର । ମାଲିକଙ୍କ ପରିବାରକୁ ନାଗସାପ ଠାରୁ ବଂଚାଇବାକୁ ଯାଇ ବ୍ଲାକି ନାମକ ପୋଷା କୁକୁର ଜୀବନ ଦେଇଦେଇଛି । ବୁର୍ଲା ଅଂଚଳର ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡର କୁକୁର ରଖିଥିଲେ । ରଙ୍ଗ ତାର କଳା ଥିବାରୁ ସମସ୍ତେ ସ୍ନେହରେ ବ୍ଲାକି ଡାକନ୍ତି।

ତେବେ ଗତକଳି ବିଳମ୍ବିତ ରାତିରେ ଏକ ନାଗସାପ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିବାବେଳେ ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା । ଉଭୟେ ଉଭୟଙ୍କୁ ଆକ୍ରମଣ କରିବା ଲାଗିଥିଲେ । ହେଲେ ଶେଷରେ ନାଗ ସାପର ଚୋଟରେ ବ୍ଲାକିର ଜୀବନ ଚାଲିଯାଇଥିଲା । ତେବେ ପ୍ରଥମେ ବ୍ଲାକି ଆଖିବୁଜିବା ପରେ ପରେ ନାଗ ସାପଟି ମଧ୍ୟ ମରିଯାଥିବା ନେଇ ସୂଚନା ମିଳିଛି।

ତେବେ ଘର ଭିତରକୁ ପଶୁଥିବା ବେଳେ ସାପକୁ ଘର ଭିତରେ ପୁରାଇ ଦେଇନଦେଇ ବ୍ଲାକି ମାଲିକର ଜୀବନ ବଞ୍ଚାଇଦେଲା ସତ ହେଲେ ନିଜ ଜୀବନ ହାରିଦେଲା । ବ୍ଲାକିକୁ ହରାଇ ଏବେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

 

Sonalisa

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

10 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

18 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

34 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

43 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

52 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago