ଡାକ୍ତରଖାନା ବେଡରେ କୁକୁରଙ୍କ ଖଟି, ନବରଙ୍ଗପୁରର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଘଟଣା

ନବରଙ୍ଗପୁର(କେନ୍ୟୁଜ୍): ଆଜିକାଲି ବିଭିନ୍ନ ଡାକ୍ତରଖାନାରେ ରୋଗୀଙ୍କୁ ବେଡ୍ ମିଳୁନଥିବା ଖବର ନଜିର ରହିଛି। ଯାହାଫଳରେ ତଳେ ଶୋଇ ଚିକିତ୍ସିତ ହୋଇଥାନ୍ତି ରୋଗୀ । ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଡାକ୍ତରଖାନାର ଅବ୍ଯବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବଭାବିକ । ଘଟଣାଟି ହେଉଛି ଡାକ୍ତରଖାନା ବେଡରେ ଶୋଇଛନ୍ତି କୁକୁର । ରୋଗୀ ଶୋଇବା ଜାଗାରେ ଶୋଇଛନ୍ତି କୁକୁର । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ହସ୍ପିଟାଲ ବେଡ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ । ସେପଟେ ରୋଗୀଙ୍କ ବେଡ ଉପରେ କୁରୁର ଶୋଉଥିବା କଥା ଜାଣି ଚୁପ ରହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like