ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ, ଆସନ୍ତାକାଲିରୁ ଆରମ୍ଭ ହେବ ବନ୍ଧ୍ୟାକରଣ : ମେୟର ସୁଲୋଚନା ଦାସ

ଭୁବନେଶ୍ୱର: ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି । କୁକୁରଙ୍କ କାରଣରୁ ରାଜଧାନୀରେ ଦୁର୍ଘଟଣା ମଧ୍ୟ ବଢୁଛି । ଅନେକ ସମୟରେ ଏପରି ମଧ୍ୟ ଦେଖାଯାଇଛି କି, ରାଜଧାନୀ ଗଳି କନ୍ଦିରେ କୁକୁର ମାନେ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି । କିନ୍ତୁ ଏ ସବୁ ଭୟରୁ ଏବେ ମିଳିବ ନିସ୍ତାର ।  କାରଣ ଭୁବନେଶ୍ୱରରେ ଆସନ୍ତାକାଲିରୁ (ଡିସେମ୍ବର ୨୫) ପୁଣି ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ।

ଅନ୍ୟପଟେ ରାଜଧାନୀରେ କୁକୁର ଆତଙ୍କ ବଢ଼ିଥିବା ନିଜେ ସ୍ବୀକାର କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଏହା ମଧ୍ୟ କହିଛନ୍ତି ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଛି। ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ । ଆଗାମୀ ଦିନରେ କୁକୁର ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯିବ ।  ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ମେୟରଙ୍କ କହିବା ଅନୁସାରେ ପୂର୍ଵତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଏହା ଉପରେ କେସ କରିଥିଲେ ।  ଯାହା ଉପରୁ ଏବେ ପ୍ରତିବନ୍ଧକ ହଟିଛି ।  ଅତ୍ୟାଧୁନିକ ହସ୍ପିଟାଲ ପ୍ରସ୍ତୁତ ରହିଛି l ବର୍ତ୍ତମାନ କେସଟି ସରିଥିବାରୁ ଡିସେମ୍ବର ୨୫ରୁ ରାଜଧାନରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ।  କୁକୁର ଆତଙ୍କ ବଢ଼ିଥିବା ବେଳେ ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା ଦେଢ଼ ମାସ ଭିତରେ ୫୦୦ ସରିଛି । ସେପଟେ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ୍ୟ ଲୋଡିଛନ୍ତି, କାରଣ ଅନେକ ସମୟରରେ କୁକୁରକୁ ଧରିବା ସମୟର bmc କର୍ମଚାରୀଙ୍କୁ ଦୁର୍ବ୍ୟବହାର କରାଯାଉଛି ।