ଗହିରମଥା ଓ ଭିତରକନିକାରେ କାଲିଠୁ ଡଲଫିନ ଗଣନା, ତିନି ଦିନ ଧରି ଚାଲିବ

ରାଜନଗର : କାଲିଠୁ ଡଲଫିନ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତାକାଲିଠାରୁ ଡଲଫିନ୍ ଗଣନା କରାଯିବ । ୨୭,୨୮ ଓ ୨୯ ତିନି ଦିନ ଧରି ଚାଲିବ ଡଲଫିନ୍ ଗଣନା ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ ।

ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା ଓ ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ଯବହାର କରାଯିବ । ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଭିତରକନିକା ସଲଗ୍ନ ନଦୀ,ନାଳ ଓ ସମୁଦ୍ରରେ ୫ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି । ୨୦୧୫ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି ।

 

 

ଆହୁରି ପଢ଼ନ୍ତୁ : ଷ୍ଟଡିଟୁରରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

You might also like