ଚିଲିକାରେ ଚାଲିଛି ଡ଼ଲଫିନ ଗଣନା, ଗଣନା କାର୍ଯ୍ୟ ତିନି ଧରି ଚାଲିବ

ଚିଲିକା,ବାଲୁଗାଁ : ଆରମ୍ଭ ହେଲା ଚିଲିକାରେ ଡ଼ଲଫିନ ଗଣନା । ଆଜି ସକାଳ ୬ ଟାରୁ ଡ଼ଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଗଣନା ପ୍ରକ୍ରିୟା ୩ ଦିନ ପର୍ଯ୍ୟନ୍ତ ଚାଲିବ, ଆଜି ଆରମ୍ଭ ହୋଇ ୨୨ ତାରିଖ ରେ ଶେଷ ହେବ । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଅନ୍ତର୍ଗତ ବାଲୁଗାଁ ଓ ସାତପଡ଼ା ରେଞ୍ଜରେ ସର୍ବମୋଟ ୧୮ ଟି ଟିମ ଗଠନ କରାଯାଇଛି ।
ପ୍ରତି ଟିମରେ ଅଛନ୍ତି ୫ ରୁ ୭ ଜଣ ସଦସ୍ୟ । ବାଲୁଗାଁ ରେଞ୍ଜରୁ ୧୦ ଟି ଟିମ ଓ ସାତପଡ଼ା ରେଞ୍ଜରୁ ୮ ଟିମ, ସର୍ବ ମୋଟ ୧୮ ଟି ଏହି ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ବନ୍ୟପ୍ରାଣୀ ବିଶାରଦ ସହିତ ବନବିଭାଗ ର କର୍ମଚାରୀ ଏହି ଗଣନା କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି ।
୨୦ ତାରିଖରେ ବନ୍ୟପ୍ରାଣୀ ବିଶାରଦଙ୍କ ଦ୍ଵାରା ଗଣନା କରାଯିବା ର କାର୍ଯ୍ୟକ୍ରମ ରହିଥିବା ବେଳେ, ୨୧ ଓ ୨୨ ତାରିଖ ରେ କେବଳ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଗଣନା କାର୍ଯ୍ୟ କରିବ । ପ୍ରତି ଟିମ ପାଖରେ GPS ( ଜିପିଏସ ), ଡାଟା ସିଟ, କିଛି ଇକ୍ଯୁପମେଣ୍ଟ ସହିତ ଗୋଟିଏ ଡ଼ଙ୍ଗା ରହିବ ।
Also read:ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ