ବ୍ରହ୍ମଗିରିରେ ଚାଲିଛି ଡଲଫିନ୍‌ ଗଣନା , ପୁରୀ ୱାଇଲ୍ଡ ଲାଇଫ୍‌ ଡିଭିଜନର ୧୦ଟି ଟିମ୍‌ ସାମିଲ

ବ୍ରହ୍ମଗିରି(କେନ୍ୟୁଜ୍) : ପୁରୀ ବ୍ରହ୍ମଗିରିରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା । ପୁରୀ ୱାଇଲ୍ଡ ଲାଇଫ୍‌ ଡିଭିଜନର ୧୦ଟି ଟିମ୍‌ ଏହି ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବାହାର ଚିଲିକାରେ ୧୦ଟି ଟିମରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କର୍ମୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ୩ଟି ଟିମ୍‌ ସମୁଦ୍ର ମଧ୍ୟରେ ଡଲଫିନ୍‌ ଗଣନା କରୁଥିବା ବେଳେ ଅନ୍ୟ ୭ଟି ଟିମ୍‌ ସମୁଦ୍ରକୂଳରେ ଗଣନା କାର୍ଯ୍ୟ ଜାରି ରଖିଛନ୍ତି । ଗୋଟିଏ ଟିମ୍‌ ବ୍ରହ୍ମଗିରି ଅରଖକୁଦାରୁ ମୁହାଣ ଦେଇ ସମୁଦ୍ର ଭିତରେ ଗଣନା ସାରି ଚନ୍ଦ୍ରଭାଗା ସମୁଦ୍ରରେ ଗଣନା କରିବେ । ଅନ୍ୟ ଦୁଇଟି ଟିମ୍‌ ଅସ୍ତରଙ୍ଗ, ମଙ୍ଗଳାଯୋଡ଼ିରେ ଗଣନା କାର୍ଯ୍ୟ ଜାରି ରଖିଛନ୍ତି । ଏହି ଗଣନା କାର୍ଯ୍ୟ ସକାଳ ୬ଟାରୁ ଆରମ୍ଭ    ହୋଇଛି ।