ଆଜି ଚିଲିକାରେ ଚାଲିଛି ଡ଼ଲଫିନ ଗଣନା କାର୍ଯ୍ୟ, ସାମିଲ ଅଛନ୍ତି ୮ଟି ଟିମ

ଟାଙ୍ଗୀ,ବ୍ରହ୍ମଗିରି(କେନ୍ୟୁଜ୍): ଆଜି ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଇରାୱାଡି ଡ଼ଲପିଂନ ଗଣନା ଆରମ୍ଭ ହୋଇଛି । ଚିଲିକାର ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିଓଜିତ ହୋଇଛନ୍ତି । ପ୍ରତ୍ୟେକଟି ଟିମରେ ୫ ଜଣ ସଦସ୍ୟ ରହିଛନ୍ତି । ୨ଟି ରେଞ୍ଜକୁ ୩ ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଖାସ ସାତପଡ଼ା ଚିଲିକାରେ Irrawaddy dolphin, Bottle nose dolphin ଦେଖା ଯାଇଥାନ୍ତି ।
ଗତ ବର୍ଷ ତୁଳନାରେ ସମଗ୍ର ଚିଲିକାରେ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହିଁ ଜଣାପଡିବ ବୋଲି ଡ଼ଲଫିନ ଗଣନାକାରୀ ମାନେ କହିଛନ୍ତି । ବନ ବିଭାଗ ଏବଂ ସିଡିଏ କର୍ତ୍ତୃପକ୍ଷଙ୍କ ମିଳିତ ଅନୁକୂଲ୍ୟାରେ ଚିଲିକାରେ ଡ଼ଲଫିନ ଗଣନା ଜାରି ରହିଛି । ଏଥିରେ ବନ ବିଭାଗର କର୍ମଚାରୀ, ସ୍ୱେଛାସେଵୀ,ଓୟୁଏଟି ଛାତ୍ରଛାତ୍ରୀ,ମଟର ବୋଟ ଆସୋସିଏସନ ସାମିଲ ହୋଇଛନ୍ତି । ଚଳିତ ବର୍ଷ କେତେ ପ୍ରଜାତିର ସମଗ୍ର ଚିଲିକାକୁ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ବନ କର୍ମଚାରୀ ମାନେ କହିଛନ୍ତି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଡ଼ଲଫିନ ଗଣନା କାର୍ଯ୍ୟ ଦିନ ୧୨ଟା ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।
ପାରଲାଲ୍ ଲାଇନ ଟ୍ରାଫିକ ସର୍ଭେ ମେଥଡ଼ରେ ଚାଲିଛି ଗଣନାକାର୍ଯ୍ୟ । ଗଣନା କାର୍ଯ୍ୟ ପାଇଁ ବାଇନାକୁଲର, କ୍ୟାମେରା ଜିପିଏସ ବ୍ୟବହୃତ ହେଉଛି । ତେବେ ୨୦୧୯ ମସିହାରେ ୧୫୦ଟି ଡଲଫିନ ଥିବା ବେଳେ ୨୦୨୦ରେ ୧୫୬ଟି ଥିଲେ । ଚଳିତ ବଷର୍ଷ କେତେ ଡଲଫିନ ଅଛନ୍ତି ତାହାର ଗଣନା କାର୍ଯ୍ୟ ଚାଲିଛି ।
dolphin counting work start