ରାଜ୍ୟରେ କମିଲା ଡଲଫିନ ସଂଖ୍ୟା , ଗୋଟିଏ ବର୍ଷରେ ପାଖାପାଖି ୫୦% ହ୍ରାସ

କେନ୍ୟୁଜ୍ : ରାଜ୍ୟରେ କମିଲା ଡଲଫିନ ସଂଖ୍ୟା। ଗୋଟିଏ ବର୍ଷରେ ପାଖାପାଖି ୫୦ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ରାଜ୍ୟରେ ୪୬୯ ଡଲଫିନ୍‌ ଥିଲେ। ଗଣନାରୁ ଜଣା ପଡ଼ିଛି ଏବର୍ଷ ରାଜ୍ୟରେ ଅଛନ୍ତି ମୋଟ୍‌ ୨୫୯ଟି ଡଲଫିନ୍‌। ଗତକାଲି ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକାଶିତ ଡଲଫିନ୍‌ ଗଣନା ରିପୋର୍ଟରୁ ଏହି ତଥ୍ୟ ଜଣା ପଡ଼ିଛି। ଗହିରମଥାରେ ସର୍ବାଧିକ ୧୨୬, ଚିଲିକାରେ ୧୧୩, ଗଞ୍ଜାମ ଋଷିକୁଲ୍ୟା ମୁହାଣରେ ୧୫ ଓ ବାଲେଶ୍ୱରରେ ୫ଟି ଡଲଫିନ୍‌ ଚିହ୍ନଟ ହୋଇଛି।

dolphin1ଗଣନାରୁ ଜଣା ପଡ଼ିଛି, ଓଡ଼ିଶାରେ ୧୩୦ଟି ବିରଳ ପ୍ରଜାତିର ଏରଓ୍ଵାଡି ଡଲଫିନ୍‌ ରହିଥିବା ବେଳେ ହମ୍ପବ୍ୟାକ୍‌ ପ୍ରଜାତିର ୧୧୬ ଓ ବଟଲ୍‌ ନୋଜ୍‌ର ୧୬ଟି ଡଲଫିନ୍‌। ଅର୍ଥାତ୍‌ ଏମାନଙ୍କ ସଂଖ୍ୟା ୨୧୦ ହ୍ରାସ ପାଇଛି। ସବୁଠୁ ବଡ଼ କଥା ହେଲା ଡଲଫ୍‌ିନଙ୍କ ବାସସ୍ଥଳୀ ଚିଲିକା ହ୍ରଦରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୧୩ରେ ଚିଲିକାରେ ୧୫୨ଟି ଡଲଫିନ୍‌ ଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ଖସିଛି ୧୧୩କୁ। ଗତବର୍ଷ ଚିଲିକାରେ ଥିଲେ ୧୫୫ ଡଲଫିନ୍‌। ଏତେ ସଂଖ୍ୟାରେ ଡଲଫିନ୍‌ ହ୍ରାସ ପାଇବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। କୁହାଯାଉଛି, ପର‌୍ୟ୍ୟଟକଙ୍କ ଗହଳି ଓ ଶବ୍ଦ ପ୍ରଦୂଷଣ ଡଲଫିନ୍‌ ହ୍ରାସ ପାଇବାର ପ୍ରମୁଖ କାରଣ।