ଚଳିତ ବର୍ଷ ରାଜ୍ୟରେ ଗଣନା ହେଲା ୭୩୩ଟି ଡଲଫିନ

ଭୁବନେଶ୍ୱର (କେନ୍ୟୁଜ) : ଗହିରମଥା ଓଡିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ। ଅଲିଭ ରିଡଲେ କଇଁଚ୍ଛଙ୍କ ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଗହିରମଥା। ବଂଶ ବିସ୍ତାରପାଇଁ ହଜାର ହଜାର ନଟିକାଲ ମାଇଲ ସାମୁଦ୍ରିକ ପଥ ଡେଇଁ ଗହିରମଥାକୁ ଛୁଟି ଆସିଥାନ୍ତି ଏହି କଇଁଚ୍ଛ। ଏବେ ଗହିରମଥା ସହିତ ଅନ୍ୟ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି।

ଅଲିଭରିଡଲେ କଇଁଚ୍ଛଙ୍କ ସହିତ ଡଲଫିନର ମଧ୍ୟ ଅନ୍ତୁଡିଶାଳ ପାଲଟିଛି ଏହି ଗହିରମଥା। ଏବର୍ଷ ରାଜ୍ୟରେ ୭୩୩ଟି ଡଲଫିନର ଗଣନା କରାଯାଇଛି। ସେଥିରୁ ଗହିରମଥାରେ ୫୫୦ଟି ଡଲଫିନ ଥିବା ଗଣନା କରାଯାଇଛି।

ଏହି ଗଣନାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରକୃତିପ୍ରେମୀ ଓ ପରିବେଶବିତ। ତେବେ ଗହିରମଥାରେ ଅଲିଭରିଡଲେ କଇଁଚ୍ଛ ଓ ଡଲଫିନ କେତେ ସୁରକ୍ଷିତ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.