ଶେଷ ହେଲା ଡଲଫିନ ଗଣନା, ଜାଣନ୍ତୁ କେତୋଟି ମିଳିଲା

ଚିଲିକା(କେନ୍ୟୁଜ୍) : ଚିଲିକାରେ ସରିଲା ଡଲଫିନ ଗଣନା । ଗଣନା ପରେ ୧୩୦ରୁ ୧୫୦ଟି ଇରାଓ୍ଵାଡି ଡଲଫିନ ଥିବା ସୂଚନା ମିଳିଛି । ତେବେ ବନ୍ୟପ୍ରାଣୀ ବିଭାଗର PCCF ସଠିକ ସଂଖ୍ୟା ଜଣାଇବେ । ଗତବର୍ଷ ଚିଲିକାରେ ୧୫୫ ଡଲଫିନ ଥିଲେ । ୨୦୧୭ ମସିହାରେ ୧୨୧, ୨୦୧୬ରେ ୧୪୫ଟି ଡଲଫିନ ଥିଲେ । ୨୦୧୩ ମସିହାରୁ ଚିଲିକାରେ ଡଲ୍ଫିନ୍ ଗଣନା କରାଯାଉଛି । ୬୪ ଜଣ ବିଶେଷଜ୍ଞ ବିରଳ ଇରାଓ୍ଵାଡି ପ୍ରଜାତିର ଡଲ୍ଫିନ୍ ଗଣନା କରିଥିଲେ ।
ଗଣନାରେ ଚିଲିକା ବନ୍ୟପ୍ରାଣୀ ବିଭାଗ, CDA, ଡଲଫିନ ବିଶେଷଜ୍ଞ ସ୍ୱେଚ୍ଛାସେବୀ, ମଟର ବୋର୍ଟ ସଂଘ ସାମିଲ ହୋଇଥିଲେ । ସେପଟେ ଚିଲିକାରେ ଚଳିତ ବର୍ଷ ୧୦ ଲକ୍ଷ ୪ ହଜାର ପକ୍ଷୀ ଥିବା ଗଣନା କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୦୫ ପ୍ରଜାତିର ପକ୍ଷୀ ।