ନୂଆ ନିୟମ : ଏଣିକି ପୋଲିସ ଡିଜି ନିଯୁକ୍ତି ପାଇଁ UPSC ଦେବ ନାଁ

supreme court

ଭୁବନେଶ୍ବର : ଆକ୍ଟିଂ ପୋଲିସ ଡିଜି ନିଯୁକ୍ତିକୁ ନା । ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଛନ୍ତି । ପୋଲିସ ଡିଜି ନିଯୁକ୍ତି ପାଇଁ ସମ୍ଭାବ୍ୟ ବରିଷ୍ଠ ପୋଲିସ ଅଫିସରଙ୍କ ତାଲିକା ୟୁପିଏସ୍‌ସିକୁ ସବୁ ରାଜ୍ୟ ସରକାର ଦେବେ । ତାହା ପୁଣି କାର୍ଯ୍ୟରତ ପୋଲିସ ଡିଜିଙ୍କ ଅବସର ନେବାର ୩ ମାସ ପୂର୍ବରୁ ପଠାଇବାକୁ ପଡ଼ିିବ । ସେହି ତାଲିକାରୁ ୩ ଜଣଙ୍କ ନାଁ ସୁପାରିଶ କରିବ ୟୁପିଏସ୍‌ସି । ଏଥିରୁ ଜଣଙ୍କୁ ରାଜ୍ୟ ସରକାର ପୋଲିସ ଡିଜି ଭାବେ ନିଯୁକ୍ତି ଦେବେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପିଠ ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମ୍‌କୋର୍ଟ କହିଛନ୍ତି, ପୋଲିସ ଡିଜି ଭାବେ ଯିଏ ନିଯୁକ୍ତି ପାଇବେ, ଅବସର ନେବାକୁ ତାଙ୍କୁ ଆଉ ୨ ବର୍ଷ ବାକି ଥିବା ଆବଶ୍ୟକ। ଏହାସହ ଉଚ୍ଚ ପଦସ୍ଥ ପୋଲିସ ନିଯୁକ୍ତି କ୍ଷେତ୍ରରେ ଦକ୍ଷତା ଓ ସ୍ୱଚ୍ଛତା ଲାଗି କୋର୍ଟ ଗୁରୁତ୍ୱ ଦେଇଛନ୍ତି ।

୨୦୦୬ ମସିହାରେ ସୁପ୍ରିମ୍‌କୋର୍ଟ ପୋଲିସ ସଂସ୍କାର ଓ ପୋଲିସ ଡିଜିଙ୍କ ୨ ବର୍ଷିଆ କାର୍ଯ୍ୟକାଳ ନେଇ ନିର୍ଦ୍ଦେଶନାମା ଦେଇଥିଲେ । କିନ୍ତୁ ସେହି ନିର୍ଦ୍ଦେଶନାମାକୁ କିଛି ରାଜ୍ୟ ମାନୁନଥିବା ସଂପର୍କରେ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ହୋଇଥିଲା, ରାଜନୈତିକ ସୁବିଧା ହାସଲ ପାଇଁ ପୋଲିସ ଡିଜି ନିଯୁକ୍ତି କରାଯାଉଛି । ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.