ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେ.ଭି ସିଂଦେଓ

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ।  ବାତ୍ୟା ମୁକାବିଲା ନେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ସମୀକ୍ଷା ।  ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହେଉଛି । ଭୟଭୀତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଭୟଭୀତ ନ ହେବା ସହ ଲୋକଙ୍କୁ ଭୟଭୀତ ନ କରିବାକୁ ପରାମର୍ଶ ଦେଇଛନ୍ତି ।

ଶକ୍ତି ଓ କୃଷି ବିଭାଗ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ।  ଶକ୍ତି ବିଭାଗର ୩୩ ହଜାର କର୍ମଚାରୀଙ୍କୁ ଆମେ ଷ୍ଟାଣ୍ଡ ବାଏରେ ରଖିଛୁ ।  ତାର, ଟ୍ରାନ୍ସଫର୍ମର, କଣ୍ଡକ୍ଟର ସବୁର ବ୍ୟବସ୍ଥା କରାଯାଇଛି ।  ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ।  ପାଣି ଯୋଗାଣକୁ ତ୍ୱରିତ କରିବା ପାଇଁ ଜେନେରେଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।  ଯାହା ଫଳରେ ଲୋକ ପାଣି ପାଇପାରିବେ ।  ସରକାର ତରଫରୁ ମନ୍ତ୍ରୀମାନଙ୍କୁ ମଧ୍ୟ ତଦାରଖ ପାଇଁ କୁହାଯାଇଛି ।  ସବୁ ସମୀକ୍ଷା ସରିଛି ।