ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ, ଶକ୍ତି ସଂରକ୍ଷଣ ଶିଖନ୍ତୁ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ସ୍ମାର୍ଟ ମିଟର ପ୍ରସଙ୍ଗ ।  ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ଗୃହରେ ଟାଟା ପାଓାରର ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ ପ୍ରଶ୍ନ କରିବା ସହିତ ବିନା କାରଣରେ ଲୋକମାନଙ୍କ ପାଖକୁ ଅଧିକ ବିଲ୍ ଆସୁଥିବା ବିଧାୟକ ଅଭିଯୋଗ କରିଥିଲେ । ଯାହାର ଉତ୍ତର ରଖିଥିଲେ ଶକ୍ତି ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।

ମନ୍ତ୍ରୀ କହିଥିଲେ ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ । ଏହା ମଧ୍ୟ କହିଛନ୍ତି କୌଣସି ସେବା ମାଗଣାରେ ଆଶା ରଖନାହିଁ।ଉପଭୋକ୍ତାମାନଙ୍କୁ ସଚେତନ କରିବାକୁ ବିଧାୟକମାନଙ୍କୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଗ୍ରାହକ ଅନେକ ସମୟରେ ସୁଇଚ ଅଫ କରିବାକୁ ଭୁଲିଯାଉଛନ୍ତି। ଉଦାହରଣ ଦେଇ କହିଲେି ‘ ମୋବାଇଲ ଚାର୍ଜର ସୁଇଚ କେହି ବନ୍ଦ କରୁନାହାଁନ୍ତି, ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ସେପଟେ ଉପମୁଖ୍ୟନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩ଶହ ୟୁନିଟ୍ ମାଗଣା ମିଳିବ ।

You might also like