ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ ଅଣ ବସ୍ତି ଅଞ୍ଚଳରେ ଆଜିଠୁ ମେଗା ଡୋର ଟୁ ଡୋର ହେଲଥ ସ୍କ୍ରିନିଂ ଅଭିଯାନ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ମେଗା ଡୋର ଟୁ ଡୋର ହେଲଥ ସ୍କ୍ରିନିଂ ଅଭିଯାନ । କୋଭିଡ ମହାମାରୀ ମୁକାବିଲା ପାଇଁ ଅଣ ବସ୍ତି ଅଞ୍ଚଳରେ ଆଜିଠୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଡୋର ଟୁ ଡୋର ସ୍କ୍ରିନିଂରେ ମୋଟ ୯୭ଟି ଟିମ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍‌ରେ ଜଣେ ଲେଖାଏଁ ଆୟୁଷ ଡାକ୍ତର, ମହିଳା ସ୍ୱାସ୍ଥ୍ୟ କର୍ମୀ କିମ୍ବା ଶିକ୍ଷକ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ । ସେମାନେ କୋଭିଡ ଲକ୍ଷଣ, ଭ୍ରମଣ ଇତିହାସ, ପ୍ରତି ପରିବାରରେ ବୟସ୍କ, ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝୁଛନ୍ତି । ତିନି ସପ୍ତାହ ଧରି ଅଭିଯାନ ଜାରି ରହିବ । ମାସ୍କ, ଗ୍ଲୋବଭ ପିନ୍ଧିବା ଓ ସାନିଟାଇଜ କରିବା ଆଦି ସହ କରୋନା ସଂପର୍କରେ ସଚେତନ କରାଯାଉଛି ।

You might also like