ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ, ଦୈନିକ ୧୫ରୁ ୧୭ ହଜାର ଭକ୍ତଙ୍କୁ ମିଳିବ ସୁଯୋଗ

ପୁରୀ: ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୁରୀ ସମେତ ବାହାରର ଲୋକ ଦର୍ଶନ କରି ପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୈନିକ ୧୫ରୁ ୧୭ ହଜାର ଭକ୍ତ ଶ୍ରଜିଉଙ୍କୁ ଦର୍ଶନ କରିପାରିବେ । କିନ୍ତୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ରହିଛି ।

ଏହାସହ ସମସ୍ତେ ମାନିବେ କୋଭିଡ୍‌ ନିୟମ । କରୋନା ଯୋଗୁ ୯ ମାସ ପରେ ଡିସେମ୍ବର ୨୩ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର । ପ୍ରଥମ ତିନି ଦିନ ସେବାୟତ ଓ ସେମାନଙ୍କ ପରିବାର ଲୋକ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପରେ ପାଞ୍ଚ ଦିନ ପୁରୀ ବାସିନ୍ଦା ଓ୍ଵାର୍ଡଓ୍ଵାରୀ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଅନୁମତି ମିଳିଥିଲା । ନୂଆବର୍ଷ ପାଇଁ ଦୁଇ ଦିନ ମନ୍ଦିର ବନ୍ଦ ରହିବା ପରେ ଆସନ୍ତାକାଲିଠୁ ସର୍ବସାଧାରଣ ଦର୍ଶନ କରିବେ । ଗତକାଲି ଶ୍ରୀମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.