ପୁରୀରେ ଡବଲ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକି ଓ ବିଶୁ ଆହତ

ପୁରୀ(କେନ୍ୟୁଜ୍): ଆକ୍ସନ ମୁଡ୍‌ରେ ପୁରୀ ପୋଲିସ। ଗୋଟିଏ ରାତିରେ ଦୁଇ ଦୁଇଟି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛନ୍ତି ନିଶା ବେପାରୀ ବାଲି ମାଫିଆ। ଏନେଇ ପୁରୀ ଏସପି ଉମାଶଙ୍କର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆହତ ଦୁଇ ଜଣ ବାଲିକୁଦା ବସ୍ତିର ସେୟାମସ୍‌ ଖାନ ଓରଫ ଟିକି ଓ ବିଶ୍ୱରଞ୍ଜନ ସାହୁ ଓରଫ ବିଶୁ। ବାସେଳିସାହି ଅଞ୍ଚଳରେ ଟିକିକୁ ଏନ୍‌କାଉଣ୍ଟର ହୋଇଛି। ସେ ଜଣେ ବାଲି ମାଫିଆ। ତା ନିକଟରୁ ପିସ୍ତଲ ଓ ଗୁଳି ଜବତ ହୋଇଛି। ଟିକି ନାଁରେ ୨୩ଟି ମାମଲା ରହିଛି। ବିଶୁକୁ ତାଳବଣିଆରେ ଏନକାଉଣ୍ଟର କରିଛି ପୋଲିସ। ସେ ବ୍ରାଉନସୁଗାର ଓ କୋରେକ୍ସ କାରବାରରେ ଲିପ୍ତ ଥିଲା। ତା ନିକଟରୁ ରିଭଲଭର, ଗୁଳି ବାଇକ୍‌ ଜବତ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ SCB ମେଡିକାଲରେ ଭର୍ତ୍ତି କରାଯାଇଛି।