କଟକରେ ଡବଲ ଏନକାଉଣ୍ଟର, ଆହତ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ SCBରେ ଭର୍ତ୍ତି

କଟକ: କଟକରେ ଡବଲ ଏନ୍ କାଉଣ୍ଟର । ଚୌଦ୍ଵାର ଇନ୍ଦ୍ରାଣୀପାଟଣା ଅଞ୍ଚଳ ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍ୱାଡ । ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାର ଆଣ୍ଠୁରେ ଗୁଳି ବାଜିଛି । ଆହତ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ SCBରେ ଭର୍ତ୍ତି କରାଯାଇଛି । ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଅପରାଧୀ । ଏହା ପରେ ପୋଲିସର ପାଲଟା ଗୁଳିରେ ଦୁଇ ଜଣ ଆହତ ହୋଇଥିଲେ। ଅନେକ ଅପରାଧରେ ଏମାନଙ୍କ ସଂପୃକ୍ତି ରହିଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି ପୋଲିସ ।
ଆହୁରି ପଢ଼ନ୍ତୁ : ୪ ଝିଅଙ୍କୁ ନେଇଗଲା ଦଲାଲ, ଝିଅମାନେ ଯିବାର ୧୬ ଦିନ ବିତିବା ପରେ ବି ମିଳୁନି ଝିଅଙ୍କ ପତ୍ତା